ଉତ୍କଳ ଦିବସ ପାଳନ ନେଇ ପ୍ରଶାସନର ଗାଇଡଲାଇନ୍ ଜାରି

ଭୁବନେଶ୍ୱର: ଉତ୍କଳ ଦିବସ ସମାରୋହ ପାଳନ ନେଇ ଜାରି ହେଲା କଟକଣା । ଉତ୍କଳ ଦିବସ ପାଳନ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦିଆଯିବନି ଅନୁମତି । ସର୍ବାଧିକ ୨୦୦ ଜଣଙ୍କୁ ନେଇ ଉତ୍କଳ ଦିବସ ପାଳନ କରାଯିବ ।

ଏହି ସମୟରେ ସାମାଜିକ ଦୂରତା ଓ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି । ଘରୋଇ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ ପାଳନ ନେଇ ଜିଲ୍ଲାପାଳ କିମ୍ବା ପୌର ପ୍ରଶାସନ ପକ୍ଷରୁ ଅନୁମତି ନିଆଯିବ । କୋଭିଡ ଗାଇଡଲାଇନ୍ ମଧ୍ୟରେ ଉତ୍କଳ ଦିବସ ପାଳନ ପାଇଁ ଏସଆରସି ଜାରି କରିଛନ୍ତି ଗାଇଡଲାଇନ୍ । ଏଥିସହ ଧାର୍ମିକ ଓ ସାଂସ୍କୃତିକ ଜନସମାବେଶକୁ ବାରଣ କରାଯାଇଛି।

Leave a Reply

Your email address will not be published. Required fields are marked *