ମଙ୍ଗଳାଯୋଡ଼ିରେ ବିରଳ ରଙ୍ଗର ପକ୍ଷୀ ’କମନ୍ ମୁରହେନ୍’

ଖୋର୍ଦ୍ଧା :- ମଙ୍ଗଳାଯୋଡିରେ ବିରଳ ରଙ୍ଗର କମନ୍ ମୁରହେନ୍ ପକ୍ଷୀ। ପକ୍ଷୀମାନଙ୍କର ସ୍ୱର୍ଗ କୁହାଯାଉଥିବା ମଙ୍ଗଳାଯୋଡିରେ ଏହି ବିରଳ ପକ୍ଷୀକୁ ଠାବ କରାଯାଇଛି। ମଙ୍ଗଳାଯୋଡି କଞ୍ଜରଭେସନ ଟ୍ରଷ୍ଟର ବାର୍ଡ ଗାଇଡ ମଧୁ ବେହେରା ଏହାକୁ ଠାବ କରିଛନ୍ତି। ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକଙ୍କ ଏହି ପକ୍ଷୀଟିକୁ ପାର୍ସିଆଲ ଲିୟୁଷ୍ଟିକ କମନ୍ ମୁରହେନ୍ ବୋଲି ଚିହ୍ନଟ କରିଛନ୍ତି।ଏହି ପକ୍ଷୀଟିର ଜୁଲୋଜିକାଲ୍ ନାମ ଗାଲିନୁଲା କ୍ଲୋରୋପସ୍ (Gallinula chloropus)। ସାଧାରଣ ରଙ୍ଗର କମନ୍ ମୁରହେନ୍ ଦେଖିବାକୁ କଳା ରଙ୍ଗର ହୋଇଥାଏ, ଲାଞ୍ଜ ତଳେ ବଡ଼ ଧଳା ଅଣ୍ଡାକାର ପ୍ୟାଚ୍ ଏବଂ ଦୁଇ ପାର୍ଶ୍ୱରେ ଧଳା ଧାଡି ଦେଖାଯାଏ। କିନ୍ତୁ, ଏହି ଲିୟୁସିଷ୍ଟିକ କମନ୍ ମୁରହେନ୍ ପକ୍ଷୀର ମୁଣ୍ଡ, ବେକ, ଓ ଡେଣାର ଶେଷ ଭାଗ ସାଧାରଣ ପକ୍ଷୀଙ୍କ ପରି କଳା ରଙ୍ଗ ହୋଇଥିବା ବେଳେ, ପୂରା ଶରୀରର ଅଧାରୁ ଅଧିକ ଭାଗ ତୋଫା ଧଳା ରଙ୍ଗର ହୋଇଛି।ସାଧାରଣ ପକ୍ଷୀଙ୍କ ଏହାର ଲାଲ୍ ଥଣ୍ଟ ରେ ହଳଦିଆ ମୁନ ରହିଛି। କମନ୍ ମୁରହେନ୍ ପକ୍ଷୀଙ୍କ ମଧ୍ୟରେ ଲିୟୁସିଜିମ ମ୍ୟୁଟେସନ ଘଟଣା ଓଡ଼ିଶାରେ ପ୍ରଥମ ଘଟଣା ହୋଇଥିବା ବେଳେ ଭାରତରେ ଏହା ଦ୍ୱିତୀୟ ଘଟଣା। ଏହା ପୂର୍ବରୁ ୨୦୧୭ ରେ କେରଳର ଥିରୁବନନ୍ତପୁରମ ଜିଲ୍ଲାର ଭେଲାୟାନି-ପୁଞ୍ଚାକରୀ ଆର୍ଦ୍ରଭୂମିରେ ଏକ ଲିୟୁସିଷ୍ଟିକ କମନ୍ ମୁରହେନ୍ ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *