ନିଆରା ଢଙ୍ଗରେ ପଖାଳ ଦିବସ ପାଳିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ନୀଳଗିରି:- ପଖାଳ ମୋର ବହୁତ ପ୍ରିୟ। ତା ସାଙ୍ଗକୁ ବଡ଼ି ଚୁରା, ଶାଗ, ବାଇଗଣ ଭଜା, କାକୁଡି ସାଙ୍ଗକୁ କଞ୍ଚାଲଙ୍କା ଓ ଲେମ୍ବୁ । ଏସବୁ ପ୍ରତି ମୋର ଅହେତୁକ ଦୁର୍ବଳତା। ଦୈନନ୍ଦିନ ତ ଖାଇଥାଏ । ଆଜି ଆମର ଏହି ପ୍ରିୟ ଖାଦ୍ୟ ପଖାଳ ଦିବସ କୁ ମୁଁ ମନେ ରଖିବା ପାଇଁ ନିଜେ ତରକାରୀ ପରସି ପାଖରେ ଥିବା ସହଯୋଗୀଙ୍କୁ ଖୁଆଇ ଥାଏ ଆଉ ସାଙ୍ଗରେ ମଧ୍ୟ ଖାଇଥାଏ। ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।

ପ୍ରତ୍ୟେକ ଓଡ଼ିଆଙ୍କର ପ୍ରିୟ ଖାଦ୍ୟ ହେଉଛି ପଖାଳ। ଘରେ ଘରେ ଦୈନନ୍ଦିନ ଏହାକୁ ଆହାର ଭାବେ ନେଇଥାନ୍ତି। ଆଜି ବିଶ୍ୱ ପଖାଳ ଦିବସ ପାଇଁ ପୁରପଲ୍ଲୀ ଉତ୍ସବ ମୁଖର ହୋଇଉଠିଛି। ବିଭିନ୍ନ ବ୍ୟଞ୍ଜନ ପରସି ପଖାଳ ଖାଇବାର ନିଆରା ଅନୁଭୂତି ସାଉଁଟିଥିବା ଦେଖାଯାଇଛି। ସେହିଭଳି ଓଡିଶାରେ ନଥାଇ ମଧ୍ୟ ଏହି ଉତ୍ସବକୁ ଭୁଲିନାହାନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।

ବ୍ୟସ୍ତ ବହୁଳ କାର୍ଯ୍ୟକ୍ରମ ଭିତରୁ ସମୟ ବାହାର କରି ଆଜି ଦିଲ୍ଲୀ ସ୍ଥିତ ବାସ ଭବନରେ ରୋଷେଇ ଘରକୁ ଯାଇ ନିଜେ ରୋଷେଇ କରିଛନ୍ତି। ଶାଗ,ବାଇଗଣ ଭଜା,କଲରା ଭଜା,ବଡ଼ିଚୁରା,ପତୁଆ,ବାଇଗଣ ପୋଡା, କାକୁଡି ସହ ଧଣିଆ ପତ୍ର ସାଙ୍ଗକୁ ଲେମ୍ବୁ ଓ କଞ୍ଚା ଲଙ୍କା ଭଳି ବ୍ୟଞ୍ଜନ ପରସି ଥିଲେ। ପଖାଳରେ ଆମ୍ବ କଷି ପକାଇ ଏହାକୁ ପାଖ ସହଯୋଗୀଙ୍କ ସହ ଖାଇବାର ନିଆରା ମଜା ଉଠାଇଥିଲେ। ଏହାପରେ ସେ ଓଡିଶା ଗସ୍ତରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ ପାଇଁ ଥିବା କାର୍ଯ୍ୟକ୍ରମକୁ ବାହାରି ଥିଲେ। ପଖାଳ ଖାଇ ମୁଁ ଓଡ଼ିଆ ହିସାବରେ ବେଶ ଗର୍ବିତ ଯେ ମୋର ଆଜି ଏହି ପ୍ରିୟ ଖାଦ୍ୟର ବିଶ୍ୱ ଦିବସ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *