ତହସିଲଦାରଙ୍କୁ ଜରିମାନା କଲେ ଖାଉଟି ଅଦାଲତ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ତହସିଲଦାରଙ୍କୁ ଜରିମାନା । କାର୍ଯ୍ୟରେ ଅବହେଳା କାରଣରୁ ୫ ହଜାର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କଲେ ନବରଙ୍ଗପୁର ଜିଲ୍ଲା ଖାଉଟି ଅଦାଲତ । ନନ୍ଦାହାଣ୍ଡି ତହସିଲ ଅଣ୍ଟାସର ଗାଁର ଶତ୍ରୁଘ୍ନ ଗରଡ଼ାଙ୍କ ଦ୍ଵାରା ଦାଖଲ ହୋଇଥିବା ଏକ ଖାରଜ ମାମଲା ସଂଖ୍ୟା ୧୦୦୬/୨୦୧୯ରେ ଆର.ଆଇ ରିପୋର୍ଟ ଏବଂ ସମସ୍ତ ଅର୍ଡର ସିଟର ଅବିକଳ ନକଲ ତହସିଲରୁ ବାହାର କରିବା ପାଇଁ ନବରଙ୍ଗପୁର ଏନ. ପ୍ରେମେଶ୍ୱରନଙ୍କୁ ଲିଖିତ ଭାବେ ପ୍ରାଧିକାର ଅର୍ପଣ କରିଥିଲେ ।ଏହାପରେ ଏନ. ପରମେଶ୍ୱରନ ନନ୍ଦାହାଣ୍ଡି ତହସିଲଦାରଙ୍କ ନିକଟରେ ଦାଖଲ ଖାରଜ ମାମଲାର ଅବିକଳ ନକଲ ପାଇଁ ୨୦୧୯ ମସିହାରେ ଆବେଦନ କରିଥିଲେ । ହେଲେ ସେହି ଅବିକଳ ନକଲ କାଗଜ ପାଇଁ ତହସିଲ ଅଫିସକୁ ବାରମ୍ବାର ଯିବାପରେ ମଧ୍ୟ ଏନ. ପରମେଶ୍ୱରଙ୍କୁ ନକଲ ମିଳିନଥିଲାଷ ଏହାପରେ ନିରାଶ ହୋଇ ଆବେଦନକାରୀ ଜିଲ୍ଲା ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ଅଦାଲତ ଉଭୟଙ୍କ ପକ୍ଷ ଶୁଣିବା ପରେ ନନ୍ଦାହାଣ୍ଡି ତହସିଲଦାର କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ବିଚାର କରି ଅଦାଲତ ନନ୍ଦାହାଣ୍ଡି ତହସିଲଦାରଙ୍କୁ ୫ ହଜାର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି ।