ଭଉଣୀ ମଥାର ସିନ୍ଦୂର ପୋଛିଦେଲେ ଦୁଇ ଭାଇ!

ବ୍ରହ୍ମପୁର:- ରକ୍ତ ସମ୍ପର୍କର ଅର୍ଥ ବୁଝିପାରିଲେନି ଦୁଇ ଭାଇ। ଲିଭାଇଦେଲେ ଭଉଣୀ ମଥାର ସିନ୍ଦୂର! ଅତି ବିଭତ୍ସ ଭାବେ ଭିଣୋଇକୁ ଖଣ୍ଡାରେ ହାଣି ହତ୍ୟା କଲେ। ଆଜି ଏପରି ହୃଦୟ ବିଦାରକ ଓ ନୃସଂଶ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଦୁଇ ଭାଇଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।

ଗୋଳନ୍ଥରା ଥାନା ଅନ୍ତର୍ଗତ ଗିରିଶୋଲା ଡି. ଧରମାଙ୍କର ତାଙ୍କ ଶ୍ୱଶୁର ଘର ସହିତ ଦୀର୍ଘ ଦିନରୁ ତିକ୍ତତା ଲାଗି ରହିଥିଲା। ଏହା ସତ୍ତ୍ୱେ ଗୁରୁବାର ସନ୍ଧ୍ୟା ବେଳେ ଧରମା ଓ ତାଙ୍କ ପତ୍ନୀ ଶ୍ୱଶୁର ଘରକୁ ବୁଲିବା ପାଇଁ ଯାଇଥିଲେ। ଶ୍ୱଶୁର ଘରେ ସେଠାରେ ପହଞ୍ଚିବା ପରେ ଧରମାଙ୍କୁ ତାଙ୍କ ଦୁଇ ଶଳା ଜି. ତ୍ରିପତି ଓ ଜି. ନାଗେଶ୍ୱର ଖଣ୍ଡାରେ ଆକ୍ରମଣ କରିଥିଲେ। ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ଆସିଥିଲେ ପତ୍ନୀ। ମାତ୍ର ପ୍ରତିହିଂଶା ପରାୟଣା ହୋଇ ପଡ଼ିଥିବା ଦୁଇ ଭାଇ ଭଉଣୀକୁ ଠେଲି ଦେଇଥିଲେ। ତେବେ ଆକ୍ରମଣ ସମ୍ପର୍କରେ ଖବର ପାଇ ସାନ ଭାଇ ଡି.ଜେଜେରାଓ ଘଟଣା ସ୍ଥଳରେ ପହଞ୍ଚିଥିଲେ। ମାତ୍ର ତାଙ୍କୁ ମଧ୍ୟ ସେମାନେ ଆକ୍ରମଣ କରିଥିଲେ।

ଆକ୍ରମଣରେ ଘଟଣାସ୍ଥଳରେ ଡି. ଧରମାଙ୍କର ମୃତ୍ୟୁ ଘଟିଥିବା ବେଳେ ପତ୍ନୀ ଓ ସାନ ଭାଇ ଡି.ଜେଜେରାଓ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଡି.ଜେଜେରାଓଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।

ଗୋଳନ୍ଥରା ଥାନାରେ ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଦୁଇ ଶଳା ଜି. ତ୍ରିପତି ଓ ଜି. ନାଗେଶ୍ୱରଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପକ୍ଷରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *