୨୩ରୁ ପୁରୀ-ଇନ୍ଦୋର ଚାଲିବ ନୂଆ ଟ୍ରେନ

ଭୁବନେଶ୍ୱର:-ପୂର୍ବତଟ ରେଳପଥ ଦେଇ ଦୁଇଟି ନୂଆ ସ୍ପେଶାଲ ଟ୍ରେନ ଯାତାୟତ କରିବ। ଗୋଟିଏ ଟ୍ରେନ ପୁରୀ ଓ ଇନ୍ଦୋର ମଧ୍ୟରେ ଚାଲିବାକୁ ଥିବାବେଳେ ଅନ୍ୟଟି ହାୱଡ଼ାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଚଳାଚଳ କରିବ। ଏହି ଦୁଇ ଟ୍ରେନ ଚଳାଚଳ କରିବାର ସମୟସାରଣୀ ମଧ୍ୟ ଭାରତୀୟ ରେଳବାଇ ପକ୍ଷରୁ ଜାରି ହୋଇଛି। ଏହି ଦୁଇଟି ଯାକ ଟ୍ରେନ ଚଳାଚଳ ଦ୍ୱାରା ଓଡ଼ିଶାର ଯାତ୍ରୀ ଅଧିକ ଉପକୃତ ହେବେ।ପୂର୍ବତଟ ରେଳପଥରୁ ମିଳିଥିବା ସୂଚନା ଅନୁସାରେ ପୁରୀ-ଇନ୍ଦୋର ସ୍ପେଶାଲ ଟ୍ରେନ ଆସନ୍ତା ୨୩ତାରିଖରୁ ଚଳାଚଳ ଆରମ୍ଭ କରିବ। ଏହା ପ୍ରତି ମଙ୍ଗଳବାର ଅପରାହ୍ନ ୩ଟାରେ ଇନ୍ଦୋରରୁ ପୁରୀ ଅଭିମୁଖେ ଯାତ୍ରା କରିବ। ସେହିପରି ଟ୍ରେନ ରାତି ୧୨ଟା ୩୦ମିନିଟରେ ପୁରୀରୁ ବାହାରି ତା’ପରଦିନ ଭୋର ୫ଟା ୪୦ମିନିଟରେ ଇନ୍ଦୋରରେ ପହଂଚିବ। ଏହି ଟ୍ରେନ ଖୋର୍ଦ୍ଧା ରୋଡ୍ , ଭୁବନେଶ୍ୱର, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା ଦେଇ ବିଳାସପୁର, ରାଇପୁର, ଦୁର୍ଗ, ରାଜନନ୍ଦଗାଁଓ, ଗୋନ୍ଦିଆ, ନାଗପୁର, ଭୋପାଳ ଓ ଦେୱାସ ଦେଇ ଇନ୍ଦୋରରେ ପହଂଚିବ। ଏହି ଟ୍ରେନରେ ୧୦ଟି ଥ୍ରୀ ଟାୟାର ଏସି ବଗି ସମେତ ୬ଟି ସ୍ଲିପର କୋଚ, ୨ଟି ଗାର୍ଡ ରୁମ ଓ ଗୋଟିଏ ପ୍ୟାଣ୍ଟ୍ରି କାର ରହିବ।ସେହିପରି ହାୱାଡା-କନ୍ୟାକୁମାରୀ ସ୍ପେଶାଲ ଟ୍ରେନ ଏପ୍ରିଲ ୩ରୁ ପ୍ରତି ଶନିବାର ଭୋର ସାଢ଼େ ୫ଟାରୁ କନ୍ୟାକୁମାରୁ ବାହାରିବ। ଆଉ ପ୍ରତି ସୋମବାର ୪ଟା ୨୫ମିନିଟରେ ହାୱାଡାରୁ ଏହି ଟ୍ରେନ କନ୍ୟାକୁମାରୀ ଅଭିମୁଖେ ଗସ୍ତ କରିବ।

Leave a Reply

Your email address will not be published. Required fields are marked *