ସୁନା ଦୋକାନୀଙ୍କୁ ଗୁଳି କରି ଫେରାର ଥିଲେ, ବନ୍ଧା ହେଲେ

ସୁନ୍ଦରଗଡ଼:-ଗତ ୧ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁରେ  ଜଣେ ସୁନା ବ୍ୟବସାୟୀ ରୋହିତ ବର୍ମାଙ୍କୁ ଗୁଳିକରି ହତ୍ୟା  କରିଥିଲେ ଦୁର୍ବୃତ୍ତ।  ସୁନା ବ୍ୟବସାୟୀଙ୍କ ନିକଟରୁ ଲୁଟ୍‌ ଓ ହତ୍ୟା ଘଟଣାରେ ପୁଲିସ୍‌ ୫ ଜଣଙ୍କୁ ଗିରଫ କରିଛି ।

ଏହି ଘଟଣା ପରଠୁ ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା ଚଳାଇଥିବା ସ୍ୱତନ୍ତ୍ର ଟାସ୍କ ଫୋର୍ସ  ବିହାର ଓ ଝାଡ଼ଖଣ୍ଡରେ ଚଢ଼ାଉ କରି  ଏହି ଲୁଟେରାମାନଙ୍କୁ ଗିରଫ  କରିଛି । ଲୁଟେରାଙ୍କଠାରୁ  ସୁନା, ଟଙ୍କା ସହ ବନ୍ଧୁକ ଓ ମାରଣାସ୍ତ୍ର ଜବତ କରାଯାଇଛି ।

ଚଳିତ ମାସ ୧ ତାରିଖରେ ବଡ଼ଗାଁ ନିକଟରେ ସୁନା ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ହତ୍ୟା ପରେ ସୁନା ଅଳଙ୍କାର ଲୁଟି ନେଇଥିଲେ ଦୁର୍ବୃତ୍ତ।  ୫ ଅଭିଯୁକ୍ତଙ୍କ ଗିରଫ ନେଇ ଏସ୍‌ପି ସାଗରିକା ନାଥ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ୧ ତାରିଖ ସକାଳେ ମା’ ମଙ୍ଗଳା ସୁନା ଦୋକାନ ମାଲିକ ରୋହିତ ବର୍ମା ରୋହିତ ଦୋକାନ ଶଟର ଖୋଲୁଥିବା ସମୟରେ ପଛପଟୁ ତାଙ୍କୁ ଡାକିଥିଲେ ଦୁର୍ବୃତ୍ତ । ସେ ଓଲଟି ଦେଖିଲା ବେଳକୁ ତାଙ୍କ ଉପରକୁ  ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ ଦୁର୍ବୃତ୍ତ। ଗୋଟିଏ ଗୁଳି ରୋହିତଙ୍କ ମୁଣ୍ଡରେ ବାଜି ଥିବା ବେଳେ ଅନ୍ୟଟି ତାଙ୍କ ପେଟରେ ବାଜିଥିଲା। ଆହତ ହେଲା ପରେ ମଧ୍ୟ ରୋହିତ ଦୌଡ଼ି ପଳାଇବା ପାଇଁ ଚେଷ୍ଟା କରୁଥିବା ବେଳେ ରାସ୍ତା ଉପରେ ତା‌ଙ୍କଠାରୁ ବ୍ୟାଗ ଲୁଟି ନେଇଥିଲେ ଦୁର୍ବୃତ୍ତ । ଏହାପରେ ସେମାନେ ସୁନ୍ଦରଗଡ଼ ପଟକୁ ଦ୍ରୁତ ଗତିରେ ଚାଲିଯାଇଥିଲେ। ରୋହିତଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *