ଆଉ ୬ ଜଣ ବାଲି ମାଫିଆଙ୍କୁ ବାନ୍ଧିଲା STF

ସୁନ୍ଦରଗଡ଼: ବାଲି ମାଫିଆଙ୍କ ଉପରେ ଜାରି ରହିଛି ଏସଟିଏଫ ପ୍ରହାର । ୨ ଦିନ ମଧ୍ୟରେ ଇବ୍ ନଦୀ ପଠାରେ ଏସଟିଏଫ୍ ଚଢ଼ାଉ କରି ୧୫ ଜଣ ମାଫିଆଙ୍କୁ ଗିରଫ କରିଥିବା ବେଳେ ୧୦ଟି ବାଲି ବୋଝେଇ ହାଇୱା ଜବତ କରିଛି । ଶନିବାର ଏସଟିଏଫ୍ ଟିମ୍ ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଇବ୍ ନଦୀପଠାରେ ରେଡ୍ କରିଥିଲା । ରେଡ୍ ବେଳେ ଏସଟିଏଫ୍ ୬ ଜଣଙ୍କୁ ଗିରଫ କରିଛି ।ଅବୈଧ ଭାବେ ବାଲି ଲୋଡ୍ କରୁଥିବା ଗୋଟିଏ ପ୍ରୋକଲିନ୍ ମେସିନ୍ ଏବଂ ବାଲି ଭର୍ତ୍ତି ୪ଟି ହାଇୱାକୁ ଜବତ କରିଛି ଏସଟିଏଫ୍ । ଇବ୍ ନଦୀପଠାରୁ ବାଲି ଉଠାଣ ନେଇ କୌଣସି କାଗଜପତ୍ର ଗିରଫ ବ୍ୟକ୍ତି ଦେଖାଇ ପାରିନାହାଁନ୍ତି । ଅଭିଯୁକ୍ତମାନେ ଦୀର୍ଘଦିନ ଧରି ଏଭଳି ଭାବେ ଇବ୍ ନଦୀପଠାରୁ ଅବୈଧ ଭାବେ ବାଲି ଉଠାଇ ଚାଲାଣ କରୁଥିଲେ ।

Leave a Reply

Your email address will not be published. Required fields are marked *