ଦେଶର ଉତ୍ତପ୍ତ ସହର ଭୁବନେଶ୍ୱର

ଭୁବନେଶ୍ୱର:-ଶନିବାର ଦେଶର ଉତ୍ତପ୍ତ ସହର ଭାବେ ଉଭା ହୋଇଛି ଭୁବନେଶ୍ୱର । ୪୦.୪ ଡିଗ୍ରୀ ସହ ଭୁବନେଶ୍ୱର ଦେଶର ଉତ୍ତପ୍ତ ସହର ଭାବେ ଉଭା ହୋଇଛି । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ନିୟୁମରିକାଲ୍ ମଡେଲ୍ ମଧ୍ୟ ଏହା ଆକଳନ କରିଥିଲା । ମାର୍ଚ୍ଚରୁ ମେ ମାସ ଯାଏ ଓଡ଼ିଶାର ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକା ରହିବା ନେଇ ପୂର୍ବାନୁମାନ କରାଯାଇଥିଲା । ତାହା ସତ ହୋଇଛି । ଶନିବାର ଦେଶର ଉତ୍ତପ୍ତ ସହର ଭାବେ ଉଭା ହୋଇଛି ଭୁବନେଶ୍ୱର । ୪୦.୪ ଡିଗ୍ରୀ ସହ ଭୁବନେଶ୍ୱର ଦେଶର ଉତ୍ତପ୍ତ ସହର ଭାବେ ଉଭା ହୋଇଛି । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ନିୟୁମରିକାଲ୍ ମଡେଲ୍ ମଧ୍ୟ ଏହା ଆକଳନ କରିଥିଲା । ମାର୍ଚ୍ଚରୁ ମେ ମାସ ଯାଏ ଓଡ଼ିଶାର ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକା ରହିବା ନେଇ ପୂର୍ବାନୁମାନ କରାଯାଇଥିଲା । ତାହା ସତ ହୋଇଛି ।ହିଭଳି ଫେବ୍ରୁଆରୀ ୨୮ ତାରିଖରେ ଗତ ୧୦ ବର୍ଷର ତତଲା ରେକର୍ଡ ଭାଙ୍ଗିଥିଲା ଅନୁଗୁଳ । ୨୦୧୧ରୁ ୨୦୨୦ ଗତ ୧୦ ବର୍ଷର ଉତ୍ତପ୍ତ ରେକର୍ଡ ଭାଙ୍ଗି ଅନୁଗୁଳ ୪୦.୧ ଡିଗ୍ରୀ ତାପମାତ୍ରା ସହ ଦେଶର ଉତ୍ତପ୍ତ ସହର ଭାବେ ଉଭା ହୋଇଥିଲା । ଅନୁଗୁଳର ସର୍ବକାଳୀନ ସର୍ବୋଚ୍ଚ ତାପମାତ୍ରା ୨୫ ଫେବ୍ରୁଆରୀ ୨୦୦୬ରେ ୪୨.୧ ଡିଗ୍ରୀ ରେକର୍ଡ ହୋଇଥିଲା । ଅନୁଗୁଳ, ବାରିପଦା, ଭୁବନେଶ୍ୱର ଭଳି ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି । ବିଶେଷକରି ରାଜଧାନୀର ତାପମାତ୍ରା ବୃଦ୍ଧି ଚିନ୍ତାର କାରଣ ପାଲଟିଛି ।ରିପୋର୍ଟ ଅନୁସାରେ, ଭୁବନେଶ୍ୱରର ହାରାହାରି ସର୍ବୋଚ୍ଚ ତାପମାତ୍ରା ୩୨.୯ ଡିଗ୍ରୀ ରହୁଥିବା ବେଳେ ହାରାହାରି ସର୍ବନିମ୍ନ ତାପମାତ୍ରା ୨୨.୪ ଡିଗ୍ରୀ ରୁହେ । ମେ ମାସ ଭୁବନେଶ୍ୱର ପାଇଁ ସର୍ବାଧିକ ଉତ୍ତପ୍ତ ହେଉଥିବା ବେଳେ ସର୍ବାଧିକ ଥଣ୍ଡା ହେଉଛି ଡିସେମ୍ବର । କିନ୍ତୁ, ଚଳିତବର୍ଷ ଭୁବନେଶ୍ୱରର ବଢ଼ୁଥିବା ତାତି ସବୁ ରେକର୍ଡ ଭାଙ୍ଗିବାକୁ ଯାଉଛି । ୧୯୭୨ ମେ ୨୨ରେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୪୬.୫ ଡିଗ୍ରୀ ରେକର୍ଡ ହୋଇଥିଲା ।

Leave a Reply

Your email address will not be published. Required fields are marked *