ବିଲରେ ପଡ଼ିଛି ଦୁଇଟି କଟା ଗୋଡ଼

ଜଳେଶ୍ୱର:- ଜାତୀୟ ରାଜପଥ ପାର୍ଶ୍ୱ ବିଲ ମଝିରେ ପଡ଼ିଛି ୨ଟି କଟା ଗୋଡ଼। ତେବେ ଏହି ଗୋଡ଼ କାହାର ଜଣାପଡ଼ି ନାହିଁ। ଚାଷ କାମ କରିବାକୁ ଯାଉଥିବା ଲୋକେ କଟା ଗୋଡ଼ ଦେଖି ପୁଲିସକୁ ଖବର ଦେଇଥିଲେ।

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଜମାଲପୁର ଗାଁର ଲୋକମାନେ ସବୁଦିନ ପରି ଆଜି ବିଲକୁ କାମ କରିବାକୁ ଯାଇଥିଲେ। ଏହି ସମୟରେ ଜାତୀୟ ରାଜପଥର ପାର୍ଶ୍ୱ ବିଲ ମଝିରେ ଗଦା ହୋଇଥିବା ବାଲି ଉପରେ ଗୋଟିଏ ଗୋଡ଼ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ। ପରେ ଏନେଇ ଜଳେଶ୍ୱର ଥାନାକୁ ଖବର ଦେଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ଗୋଡ଼ ଜବତ କରିଥିଲା। ପରେ ବାଲି ଭିତରୁ ଆଉ ଗୋଟିଏ ଗୋଡ଼ ଉଦ୍ଧାର କରିଥିଲା। ଗୋଡ଼ ଦୁଇଟିକୁ ପୁଲିସ ବାଲେଶ୍ୱର ଫରେନ୍‌ସିକ ଲାବକୁ ପଠାଇଛି। ୨୫ ଦିନ ତଳେ ଏହି ମର୍ଡର କରାଯାଇଥିବା ଅନୁମାନ କରାଯାଉଛି। ତେବେ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରୁଛି। ହେଲେ ଏପର୍ଯ୍ୟନ୍ତ ପୁଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ପାଇନାହିଁ।

Leave a Reply

Your email address will not be published. Required fields are marked *