ଅନୁଗୋଳ ଉତ୍ତପ୍ତ ସହର,

ଭୁବନେଶ୍ୱର:- ଫେବ୍ରୁଆରୀରେ ମେ’ ମାସର ତାତି। ଆଜି ଅନୁଗୋଳ ପାଲିଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ଏଠାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୦.୧ ଡିଗ୍ରୀ ରେକର୍ଡ କରାଯାଇଛି। ଫେବ୍ରୁଆରୀରେ ଅନୁଭୂତ ହେଉଥିବା ଗରମକୁ ଦେଖିଲେ, ଗତ ୧୦ ବର୍ଷର ରେକର୍ଡ ଭାଙ୍ଗିଛି ଅନୁଗୋଳ। ଶେଷ ଥର ପାଇଁ ୨୦୦୬ ଫେବ୍ରୁଆରୀ ୬ ତାରିଖରେ ଅନୁଗୋଳରେ ସର୍ବାଧିକ ୪୨.୧ ଡିଗ୍ରୀ ରେକର୍ଡ ହୋଇଥିଲା। ଆଜି ତାତିରେ ଅନୁଗୋଳ ପଛକୁ ରହିଛି ରାଜଧାନୀ ଭୁବନେଶ୍ୱର।

ରାଜଧାନୀରେ ଆଜି ପାରଦ ୪୦ ଡିଗ୍ରୀ ରହିଛି। ଗତକାଲି ୪୦.୬ ଏବଂ ଶୁକ୍ରବାର ୪୦.୪ ଡିଗ୍ରୀ ସହ ତାତିରେ ରେକର୍ଡ କରିଥିଲା ରାଜଧାନୀ।  ସେପଟେ ଆଜି ବୌଦ୍ଧରେ ୪୦, ବାରିପଦା ୩୯.୪ ଏବଂ କଟକରେ ତାପମାତ୍ରା ୩୯.୨ ଡିଗ୍ରୀ ରେକର୍ଡ କରାଯାଇଛି ତାପମାତ୍ରା।ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦୁଇ ଦିନ ତଳେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଗ୍ରୀଷ୍ମ ପ୍ରବାହ ଜନିତ ଅସୁସ୍ଥତା ସଂପର୍କରେ ଲୋକଙ୍କୁ ସଚେତନ କରିବାକୁ ଉଲ୍ଲେଖ ରହିଛି। ସଚେତନତା କାର୍ଯ୍ୟରେ ସାମାଜିକ ସଂସ୍ଥାକୁ ସାମିଲ ଲାଗି ପରାମର୍ଶ ଦେଇଛନ୍ତି। ସେହିପରି ଜଳାଭାବ ସମ୍ଭାବନା ଥିବା ସ୍ଥାନ ଗୁଡ଼ିକୁ ଚିହ୍ନଟ ଲାଗି ଚିଠିରେ ପରାମର୍ଶ ଦିଆଯାଇଛି। ଟ୍ୟୁବ୍‌ୱେଲ ଓ ପାଇପ୍ ଲାଇନ୍‌ର ମରାମତି ଉପରେ ଚିଠିରେ ଗୁରୁତ୍ୱ ଦିଆଯାଇଛି। କେନାଲରେ ଆବଶ୍ୟକ ଜଳ ଛାଡ଼ିବାକୁ ଜଳସଂପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସର୍ବସାଧାରଣ ସ୍ଥାନରେ ପାନୀୟ ଜଳସେବା କେନ୍ଦ୍ର ଖୋଲିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *