ଲୁଟ୍ ଅଭିଯୋଗରେ ପୂର୍ବତନ ବିଧାୟକ ଓ ସହଯୋଗୀ ଗିରଫ

ଫୁଲବାଣୀ: ମହଙ୍ଗା ପଡ଼ିଲା ଲୁଟ୍‌ । ଗିରଫ ହେଲେ ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର । ଫୁଲବାଣୀର କାଟ୍ରିଙ୍ଗିଆ ଏବଂ କାଟ୍ରାମାଲା ରାସ୍ତାରେ ଢେଙ୍କାନାଳର ଜଣେ ବ୍ୟକ୍ତିଙ୍କୁ ଧମକାଇବା ସହ ତାଙ୍କଠାରୁ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଥିଲା । ଏ ନେଇ ଗତ ୧୧ ତାରିଖରେ ଫୁଲବାଣୀ ଥାନାରେ ଅଭିଯୋଗ କରିଥିଲେ ସମ୍ପୃକ୍ତ ବ୍ୟବସାୟୀ ।ଅଭିଯୋଗକୁ ଭିତ୍ତି କରି ଫୁଲବାଣୀ ପୋଲିସ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟ ଦେବେନ୍ଦ୍ର କହଁରଙ୍କ ଜାମିନ୍ ଆବେଦନ ଖାରଜ କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।ଅନ୍ୟପଟେ ଏହି ମାମଲାରେ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୨ ଜଣଙ୍କୁ ନିଲମ୍ବିତ କରିଛନ୍ତି ।

Leave a Reply

Your email address will not be published. Required fields are marked *