ପେଟ୍ରୋଲ ପକାଇଲେ, ଟଙ୍କା ମାଗିବାରୁ ଛୁରାମାଡ଼

ରାଉରକେଲା: ହୁ ହୁ ହୋଇ ବଢ଼ି ଚାଲିଛି ତୈଳଦର । ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ଦର ୯୨ ଟଙ୍କା ୫୭ ପଇସା ରହିଛି । ଆଉ ପେଟ୍ରୋଲ ପମ୍ପରେ ଏହାକୁ ନେଇ ହୋଇଛି ଛୁରାମାଡ଼ । ରାଉରକେଲା ସହରର ଉଦିତନଗର ପେଟ୍ରୋଲ ପମ୍ପରେ କର୍ମଚାରୀଙ୍କୁ ଛୁରାମାଡ଼ କରିଛନ୍ତି ଜୈନିକ ଗ୍ରାହକ । ଜଣେ ଯୁବକ ୪୩୦ ଟଙ୍କାର ପେଟ୍ରୋଲ ବାଇକରେ ପକାଇଥିଲେ ।ପେଟ୍ରୋଲ ଭରିବା ପରେ ପମ୍ପ କର୍ମଚାରୀଙ୍କ ଯୁବକଙ୍କ ଟଙ୍କା ମାଗିଥିଲେ । ଯୁବକ ଜଣଙ୍କ ଟଙ୍କା ଦେବା ପରିବର୍ତ୍ତ କର୍ମଚାରୀଙ୍କୁ ଛୁରାମାଡ଼ କରିଥିଲେ । ଆହତ ପେଟ୍ରୋଲ ପମ୍ପ କର୍ମଚାରୀ ସତୀଶ ରଜକଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *