କଣ୍ଟେନମେଣ୍ଟ ଜୋନ୍‌ରେ ବାଉଁଶ ବାବଦକୁ ଖର୍ଚ୍ଚ ୨୧.୯୦ ଲକ୍ଷ

ଭୁବନେଶ୍ୱର:-କରୋନା ମହାମାରୀ ସମୟରେ କଣ୍ଟେନମେଣ୍ଟ ଜୋନରେ ଲାଗିଥିବା ବାଉଁଶ ପିଛା ପାଖାପାଖି ୯୨ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଛି। ଆଜି ବିଧାନସଭାରେ ବିଧାୟକ ଭବାନୀ ଭୋଇଙ୍କ ଏକ ପ୍ରଶ୍ନର ଉତ୍ତରରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହି ଜବାବ ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, କୋଭିଡ୍ ସମୟରେ ରାଜ୍ୟରେ ୪୦୬ଟି ଜାଗାରେ କଣ୍ଟେନମେଣ୍ଟ ଜୋନ ହୋଇଥିଲା। ଏହିସବୁ କଣ୍ଟେନମେଣ୍ଟ ଜୋନରେ ମୋଟ ୬୩,୫୨୬ ଖଣ୍ଡ ବାଉଁଶ ବ୍ୟବହାର ହୋଇଥିଲା। ବାଉଁଶ ପାଇଁ ୯୧.୬୯ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ତେବେ ଏପର୍ଯ୍ୟନ୍ତ ଏଥିରୁ ୨୧.୯୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ମନ୍ତ୍ରୀ କହିଛନ୍ତି।

ସେହିପରି ରାଜ୍ୟରେ ୬୦ଟି କ୍ଵରେଣ୍ଟାଇନ ସେଣ୍ଟରର ମରାମତି ପାଇଁ ଯଥା (କ୍ୱାରେଣ୍ଟାଣ୍ଟିନ ସେଣ୍ଟର ରଙ୍ଗ ଦେବା) ପାଇଁ ୧୩୪୪.୬୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି।

ସୂଚନାଯୋଗ୍ୟ, ଆଜି ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧ଲକ୍ଷ ୭୦ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ଏହି ବଜେଟର ଆକାର ୨୬% ଅଧିକ ରହିଛି। ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟକୁ ଉପସ୍ଥାପନ କରି ଏଥିରେ କନକଲ୍ୟାଣ, ପୁଞ୍ଜିନିବେଶ, ବିକାଶ, ଭିତ୍ତିଭୂମି ଉନ୍ନୟନ ଓ ରୂପାନ୍ତରଣ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *