ମାଲକାନଗିରିରେ ଆଇଇଡି ବିସ୍ଫୋରଣ, ଜଣେ ଯବାନ ଆହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ କର୍ତ୍ତନପାଲ୍ଲି ପଞ୍ଚାୟତ ଗୁଗାପଦରରେ ଆଇଇଡି ବିସ୍ଫୋରଣ, ଜଣେ ଯବାନ ଆହତ ସୂଚନା । ବିଏସ୍‌ଏଫ ଓ ପୋଲିସ ଦ୍ୱାରା ତୁଳସୀ ଜଙ୍ଗଲରେ ମିଳିତ ସର୍ଚ୍ଚ ଅପରେସନ ବେଳେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଏହି ବିସ୍ଫୋରଣରେ ଆଉ କେହି ଆହତ ହୋଇଥିବା କିମ୍ବା ଅନ୍ୟ କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ  ।

ଆହତ ଯବାନ ହେଲେ ବିଏସଏଫ ୧୬୦ ବାଟାଲିଅନର ଧର୍ମେନ୍ଦ୍ର ସାହୁ । ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ନିକଟସ୍ଥ ସାଲିମି ବିଏସଏଫ୍ କ୍ୟାମ୍ପକୁ ଅଣାଯାଇଥିଲା । ପରେ ତାଙ୍କୁ ଚିକିତ୍ସା ପାଇଁ ବିଶାଖାପାଟଣା ସ୍ଥାନାନ୍ତର କରାଯିବ । ଘଟଣାସ୍ଥଳରେ ବିଏସଏଫ ଓ ପୋଲିସ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି ।

ଘଟଣାକୁ ନେଇ କମ୍ବିଂ ଅପରେସନ ଜୋରସୋର ହୋଇଛି । ରାସ୍ତାରେ ଆଇଇଡି ବିସ୍ଫୋରଣ କେମିତି ହେଲା କାହିଁକି ଏହାକୁ ଚେକ୍ କରାଯାଇନଥିଲା ସମସ୍ତ ନେଇ ଏବେ ତଦନ୍ତ ଚାଲିଛି । ଦୁଇ ରାଜ୍ୟର କମ୍ୱିଂ ଅପରେସନ ଚାଲୁଥିବା ବେଳେ ଏଭଳି ଅଘଟଣ ଚିନ୍ତା ବଢାଇଛି । ସୂଚନା ଅନୁସାରେ ଅପରେସନ ଚାଲୁଥିବା ବେଳେ ଯେଉଁ ଏସଓପିକୁ ପାଳିବା କଥା ତାହାକୁ ଠିକରେ ପାଳନ କରାଯାଇ ନଥିବା କୁହାଯାଉଛି । ଫଳରେ ଯେଉଁଠାରେ ଆଇଇଡ଼ି ଥିଲା ତାହା ଉପରେ କିଛି କାଠ ରଖାଯାଇଥିଲା ଏବଂ ସେଥିରେ ଯବାନ ଜଣଙ୍କ ଗୋଡ଼ ପଡ଼ି ଯାଇଥିବାକୁ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *