ରାଜ୍ୟରେ କଡାକଡି ହେବ କୋଭିଡ୍ କଟକଣା
ଭୁବନେଶ୍ୱର – ରାଜ୍ୟରେ କୋଭିଡ୍ କଟକଣା କଡାକଡି ହେବ । ଏଥିପାଇଁ ଏସ୍ଆର୍ସି ବା ସ୍ୱତନ୍ତ୍ର ରିଲିଫ କମିଶନର୍ ସମସ୍ତ ଜିଲ୍ଲାପାଳ, ପୌରାଞ୍ଚଳ କମିଶନର ଏବଂ ଏସ୍ପିମାନଙ୍କୁ ନିର୍ଦେଶ ଜାରି କରିଛନ୍ତି । ସମସ୍ତ ସ୍ଥାନରେ କୋଭିଡ୍ ନିୟମ କଡାକଡି ପାଳନ ପାଇଁ ନିର୍ଦେଶ ଦିଆଯାଇଛି । ମହାରାଷ୍ଟ୍ର ସହ ଦେଶର ବିଭିନ୍ନ ରାଜ୍ୟରେ ଏବେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ବଜାର, ହାଟ ଏବଂ ଅନ୍ୟ ଜନ ଗହଳିପୂର୍ଣ୍ଣ ଅଞ୍ଚଳରେ କୋଭିଡ୍ ନିୟମକୁ କଡା କଡି କରିବା ପାଇଁ ନିର୍ଦେଶ ଦିଆଯାଇଛି ।
ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଇଛି । ଏହା ପାଳନ ହେଉଛି କି ନାହିଁ ତାହା ତଦାରଖ କରିବା ପାଇଁ ସମସ୍ତ ଜିଲ୍ଲାପାଳ, ପୌରାଞ୍ଚଳ କମିଶନର ଏବଂ ଏସ୍ପିମାନଙ୍କୁ ନିର୍ଦେଶ ଜାରି କରାଯାଇଛି ।
ଲୋକଙ୍କୁ ଏଥିପାଇଁ ବିଶେଷ ଭାବରେ ନଜର ଦେବା ପାଇଁ କୁହାଯାଇଛି । ଶିକ୍ଷାନୁଷ୍ଠାନମାନଙ୍କରେ ଥର୍ମାଲ ସ୍କ୍ରିନିଂ ସହ ସମସ୍ତ କୋଭିଡ୍ ନିୟମ କଡାକଡି ଭାବେ ପାଳନ କରିବା ପାଇଁ ନିର୍ଦେଶ ଦିଆଯାଇଛି ।