ଆରମ୍ଭ ହେଲା ପ୍ରଥମ ହୁଇଲ୍ ଚେୟାର୍ ଟେନିସ୍ କର୍ମଶାଳା

ଭୁବନେଶ୍ୱର:-ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଗୁରୁକୁଳ ଟେନିସ୍ ରିସୋର୍ଟରେ ଇଣ୍ଡିଆନ ହୁଇଲ୍ ଚେୟାର୍ ଟେନିସ ଟୁର୍ (IWTT) ସହଯୋଗରେ ଚକେଲେଟ୍ ଗ୍ରୁପ ଦ୍ୱାରା ପ୍ରଥମ ୩ ଦିନିଆ କର୍ମଶାଳା ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ହୁଇଲ ଚେୟାର ମୋମେଣ୍ଟ, ଟେକନିକ ସହ କେମିତି ହୁଇଲ ଚେୟାରରେ ବସି ଟେନିସ୍ ଖେଳି ହେବ, ସେ ନେଇ ଭିନ୍ନକ୍ଷମ ହୁଇଲ ଚେୟାର ଖେଳାଳିଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।ଦୁଇଟି ବ୍ୟାଚ, ଜୁନିୟର ଓ ସିନିୟର ବ୍ୟାଚ୍ କରାଯାଇ ଖେଳାଳିଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ହୁଇଲ୍ ଚ୍ୟାର୍ ଟେନିସ୍ (IWTT)ର ଇନଷ୍ଟ୍ରକ୍ଟର୍ ଏଚ୍ ମଧୁସଦନ ଓ ଟେନିସ୍ ଖେଳାଳି ତଥା ଚକଲେଟ ଗ୍ରୁପର ମୁଖ୍ୟ ଚିନ୍ମୟ ପ୍ରଧାନଙ୍କ ଦ୍ଵାରା ଭିନ୍ନକ୍ଷମ ହୁଇଲ ଚେୟାର ଖେଳାଳିଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।ଆଜି ଏହି କର୍ମଶାଳାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୧୫ ଜଣ ଭିନ୍ନକ୍ଷମ ହୁଇଲ ଚେୟାର ଖେଳାଳି ସାମିଲ ହୋଇଥିଲେ।ଯେଉଁଥିରେ ୧୧ ଜଣ ପୁରୁଷ ଓ ୪ ଜଣ ମହିଳା ପ୍ରତିଯୋଗୀ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *