ଚିତ୍ର ମାଷ୍ଟରଙ୍କ ରଙ୍ଗିଲା କାହାଣୀ, ୪ ଯୁବତୀଙ୍କୁ କରିଛନ୍ତି ବିବାହ!

କଟକ:– ଚିତ୍ର ମାଷ୍ଟରଙ୍କ ଚାରି ପତ୍ନୀ । ଚାରି ଜଣ ମହିଳାଙ୍କ ସହ ଚତୁରତା ସହ କରିଥିଲେ ବିବାହ । କାହାକୁ କାହା ବିଷୟରେ ଗନ୍ଧ ବି ବାରିବାକୁ ଦେଇନଥିଲେ ରସିକିଆ ଶିକ୍ଷକ ଜଣକ । ଦୁଇ ପତ୍ନୀଙ୍କ ଅଭିଯୋଗ କ୍ରମେ ଏହି ଚିତ୍ର ଶିକ୍ଷକଙ୍କୁ ବାନ୍ଧିଛି ପୋଲିସ । କଟକ ଗୋପୀନାଥପୁର ନୋଡାଲ ହାଇସ୍କୁଲରେ ଡ୍ରଇଂ ଶିକ୍ଷକ ଭାବେ କାର୍ଯ୍ୟରତ କୃଷ୍ଣଚନ୍ଦ୍ର ନାୟକ ୨୦୦୧ ମସିହାରେ ବୈଦିକ ରୀତିନୀତି ଅନୁସାରେ ଜଣେ ମହିଳାଙ୍କୁ ବିବାହ କରିଥିଲେ । ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ସବୁକିଛି ଠିକଠାକ୍ ଚାଲିବା ପରେ ବିଭିନ୍ନ ବାହାନା କରି ତାଙ୍କୁ ଦୂରେଇ ଦେଇଥିଲେ କୃଷ୍ଣଚନ୍ଦ୍ର ।ପରେ ତାଙ୍କ ଅଗୋଚରରେ ସାଇଲୋ ଗୋବିନ୍ଦପୁରର ନର୍ସଭାବେ କାମ କରୁଥିବା ଜଣେ ଯୁବତୀଙ୍କୁ ମଧ୍ୟ ବୈଦିକ ରୀତିନୀତିରେ ବିବାହ କରିଥିଲେ କୃଷ୍ଣଚନ୍ଦ୍ର । ୩-୪ ବର୍ଷ ରହିବା ପରେ ତାଙ୍କୁ ମଧ୍ୟ ବିଭିନ ବାହାନା କରି ଦୂରେଇ ଦେଇଥିଲେ । ଉଭୟ ପରିବାର ଠାରୁ କୃଷ୍ଣଚନ୍ଦ୍ର ଯୌତୁକ, ସୁନା, ଟଙ୍କା, ଗାଡ଼ି ଆସବାବପତ୍ର ନେଇଥିଲା ।ଆଉ କରୋନା କାଳରେ କୃଷ୍ଣ ଆଉ ୨ ଜଣ ଝିଅଙ୍କୁ ବିବାହ କରିବାର ଜାଣିବାକୁ ପାଇଥିଲେ ଏହି ଦୁଇ ପତ୍ନୀ । ଆଜି ମହିଳା ଥାନାର ଦ୍ୱାରସ୍ତ ହୋଇ ଏମାନେ ନ୍ୟାୟ ପ୍ରଦାନ ପାଇଁ ଅନୁରୋଧ କରିଥିଲେ । ଶେଷରେ ଦୁଇ ମହିଳାଙ୍କ ଅଭିଯୋଗ ଆଧାରରେ କୃଷ୍ଣଚନ୍ଦ୍ରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *