୬ ହାତୀ ମୃତ୍ୟୁ ପରେ ଚେତିଲା ବିଭାଗ, ଆରମ୍ଭ ହେଲା ଟିକାକରଣ

କଳାହାଣ୍ଡି: : କର୍ଲାପାଟ ଅଭୟାରଣ୍ୟରେ ୧୨ ଦିନରେ ୬ ହାତୀ ମୃତ୍ୟୁ ଘଟଣା । ସାମ୍ନାକୁ ଆସିଲା ହାତୀ ମୃତ୍ୟୁର କାରଣ । ସାହାଣ ଜୀବାଣୁ ଜନିତ ସଂକ୍ରମଣ ଯୋଗୁଁ ହାତୀଙ୍କ ମୃତ୍ୟୁବରଣ ହେଉଛି । ଲାବ୍ରୋଟରୀ ରିପୋର୍ଟ ଅନୁଯାୟୀ ହାତୀ ମୃତ୍ୟୁର କାରଣ ସାହାଣ ଜୀବାଣୁ ସଂକ୍ରମଣ । ଏନେଇ ପଶୁ ସମ୍ପଦ ଓ ପ୍ରାଣୀ ଚିକିତ୍ସା ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଡା. ପ୍ରତାପ କିଶୋରୀ ଖମାରୀ ସୂଚନା ଦେଇଛନ୍ତି ।

ସାହାଣ ରୋଗ ବିଶେଷ କରି ଗାଈ ଓ ମଇଁଷିଙ୍କୁ ହୋଇଥାଏ । ହାତୀମାନେ ସେମାନଙ୍କ ଠାରୁ ସଂକ୍ରମିତ ହୋଇଥାଇ ପାରନ୍ତି । ସାହାଣ ରୋଗର ପ୍ରତିଷେଧକ ଟିକା ଏବେ ଦିଆଯାଉଛି । କର୍ଲାପାଟ ଅଭୟାରଣ୍ୟ ଚାରିପାଖରେ ଥିବା ସମସ୍ତ ଗାଁରେ ମଧ୍ୟ ସାହାଣ ପ୍ରତିଷେଧକ ଟିକା ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ବୁଧବାର ସୁଦ୍ଧା ୩ ହଜାର ୭୭୯ଟି ଟିକା ଦିଆଯାଇଛି ।ଟିକାକରଣ ଲାଗି ୨୦ଟି ଟିମ୍ ଗଠନ କରାଯାଇଛି । ୧୦ ଜଣ ଡାକ୍ତର ଓ ୫୦ ଜଣ କର୍ମଚାରୀ ୨୦ଟି ଟିମରେ ରହିଛି । ଅଭୟାରଣ ନିକଟବର୍ତ୍ତୀ ଗାଁରେ ଥିବା ସମସ୍ତ ଗାଈଗୋରୁ, ମେଣ୍ଢା, ଛେଳି ସମସ୍ତଙ୍କୁ ଟିକା ଦିଆଯିବ । ଟିକାକରଣ ପରେ ଗୃହପାଳିତ ପଶୁଙ୍କ କାନରେ ଏକ ଟୋକନ୍ ପିନ୍ଧା ଯାଉଛି । ପରବର୍ତ୍ତୀ ସମୟରେ ଟ୍ରାକିଂ କରାଯାଇ ପାରିବ ।

Leave a Reply

Your email address will not be published. Required fields are marked *