ଆସନ୍ତାକାଲି ବିଧାନସଭା ବଜେଟ ଅଧିବେଶନ

ଭୁବନେଶ୍ୱର:- ଆସନ୍ତାକାଲି ବିଧାନସଭା ବଜେଟ ଅଧିବେଶନ। ଏହା ପୂର୍ବରୁ ଆଜି ବସିଛି ସର୍ବଦଳୀୟ ବୈଠକ । ପୂର୍ବ ଅଧିବେଶନ ଭଳି ଏଥର ବି ସକାଳ ସାଢ଼େ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବ । ତେବେ ଅପରାହ୍ନ ଅଧିବେଶନ ୩ଟା ପରିବର୍ତ୍ତେ ୪ଟାରୁ ହେବ । ଏଥିସହ ଚଳିତ ଥର  ପ୍ରଶ୍ନକାଳ ରହିବ ।

ଆଜି ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ।  ମୁଲତବି ଆଲୋଚନା ଅବଧି ଦେଢ଼ ଘଣ୍ଟା ରହିବାକୁ ନିଷ୍ପତ୍ତି ହୋଇଛି । ଗୃହ ସୁରୁଖୁରୁରେ ଚାଲିବା ନେଇ ଆଜି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି ।କୋଭିଡ୍ କଟକଣା ଭିତରେ ବିଧାନସଭାର ବଜେଟ ଅଧିବେଶନ ବସୁଥିବାରୁ କେମିତି ହେବ ବ୍ୟବସ୍ଥା ସେନେଇ ବୈଠକରେ ଆଲୋଚନା ହୋଇଛି । ସେପଟେ ୩ ପ୍ରମୁଖ ଦଳ ନିଜ ରଣନୀତି ପ୍ରସ୍ତୁତ କରିଛନ୍ତି । ସରକାରୀଙ୍କୁ ଘେରିବାକୁ ବିରୋଧି ଯୋଜନା କରିଥିବା ବେଳେ ଶାସକ ଦଳ ଏନେଇ ଆଜି ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିବ ।ବିଧାନସଭା ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୁଲିସ୍‌ ଡିଜି ଅଭୟ । ଗତ ଅଧିବେଶନ ତୁଳନାରେ ଏଥର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯିବ। ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ମୁତୟନ କରାଯିବ । ଭିତରେ ଗୁଇନ୍ଦା ବିଭାଗର କର୍ମଚାରୀ ସାଧା ପୋଷାକଧାରୀ ମୁତୟନ ହେବେ ।  ସେହିପରି ବାହାରେ ଦୁଇଟି ଥାକରେ ସଶସ୍ତ୍ର ପୁଲିସ୍‌ ମୁତୟନ କରାଯିବ । ଏଥିସହ ଅଧିବେଶନ ବେଳେ ଲୋୟର ପିଏମଜି ବିକ୍ଷୋଭକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେଠାରେ ଆବଶ୍ୟକୀୟ ବନ୍ଦୋବସ୍ତ କରାଯାଇଛି

Leave a Reply

Your email address will not be published. Required fields are marked *