ପୁଣି ବାପାଙ୍କ ସ୍ମୃତିକୁ ମଞ୍ଚରେ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ,ବିଜୁବାବୁ ଓଡିଶାର ଶିଳ୍ପ ବିକାଶର ମାଧ୍ୟମ

ରାଉରକେଲା:– ପୁଣି ବାପାଙ୍କ ସ୍ମୃତିକୁ ମଞ୍ଚରେ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ, ରାଉରକେଲା ଆସିଲେ ବିଜୁ ବାବୁଙ୍କ କଥା ମନେପଡେ । ଷ୍ଟିଲପ୍ଲାଣ୍ଟ , ଏନଆଇଟି ସବୁ ବିଜୁବାବୁଙ୍କ ସୃଷ୍ଟି । ରାଉରକେଲାରେ ଓଡିଶାର ଶିଳ୍ପ ବିକାଶର ମୂଳଦୂଆ ପଡିଥିଲା । ବିଜୁବାବୁ ଓଡିଶାର ଶିଳ୍ପ ବିକାଶର ମାଧ୍ୟମ ଥିବା ସୁନ୍ଦରଗଡ଼ ସଭାମଞ୍ଚରେ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି ରାଉରକେଲା ଆଶାର ସହର । ଓଡିଶାର ପ୍ରଥମ ଶିଳ୍ପ ସହର ହେଉଛି ରାଉରକେଲା । ଓଡିଶା ନୁହେଁ ପାଖ ରାଜ୍ୟର ଲୋକେ ମଧ୍ୟ ଜୀବୀକା ପାଇଁ ରାଉରକେଲା ଆସନ୍ତି । ସୁନ୍ଦରଗଡ଼ ଜିଲ୍ଲା ସହ ସାରା ଓଡିଶାର ବିକାଶରେ ରାଉରକେଲାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ୨୦୦୦ ମସିହା ପରଠୁ ରାଉରକେଲା ବିକାଶର ସ୍ବାଦ ଚାଖିଛି । ସ୍ମାର୍ଟସିଟି ଟ୍ୟାଗ୍ ପାଇବାରେ ରାଉରକେଲା ସଫଳ । ସୁନ୍ଦରଗଡ଼ର ପରିଚୟ ହେଉଛି ହକି । ହକିର ଏନ୍ତୁଡିଶାଳ ହେଉଛି ସୁନ୍ଦରଗଡ଼ । ହକି ଖେଳାଳିମାନେ କେବଳ ଓଡିଶା ନୁହେଁ ଦେଶର ଗୌରବ ବୋଲି ଭାଷଣରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a Reply

Your email address will not be published. Required fields are marked *