ପୁଣି ଆରମ୍ଭ ହେବ ସାରଥି ପ୍ରବଚନ କାର୍ଯ୍ୟକ୍ରମ

ଭୁବନେଶ୍ୱର:– ବହୁ ଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥିଙ୍କୁ ହାଇକୋର୍ଟରୁ ମିଳିଛି ଆଶ୍ୱସ୍ତି । ଏଣିକି ସେ ଦେଇପାରିବେ ପ୍ରବଚନ । ଏନେଇ ସାରଥିଙ୍କୁ ଅନୁମତି ଦେଇଛନ୍ତି ହାଇକୋର୍ଟ । ଜୁଲାଇ ମାସରୁ ସାରଥି ଭକ୍ତଙ୍କ ଆଶା ପୂରଣ ହେବ । ପ୍ରବଚନ ଦେବା ନେଇ କୋର୍ଟରେ ଆବେଦନ କରିଥିଲେ ସାରଥି । ଏନେଇ ସୂଚନା ଦେଇଛନ୍ତି ସାରଥିଙ୍କ ଓକିଲ ମାନସ ଚାନ୍ଦ । ବିନା କୋଭିଡ୍ କଟକଣା ଉଲଂଘନରେ ପ୍ରବଚନ ଦେଇପାରିବେ ସୂଚନା ମିଳିଛି । ଜେଲରୁ ମୁକୁଳିବା ପରେ ସାରଥୀଙ୍କ ପ୍ରବଚନ ଉପରେ ଲାଗିଥିଲା ରୋକ ।

ହେଲେ ଏ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବାବା ସାରଥୀ । ତେବେ ସର୍ବାଧିକ ୨ ଶହ ଲୋକଙ୍କୁ ନେଇ ସାରଥି ନିଜର ପ୍ରବଚନ କାର୍ଯ୍ୟକ୍ରମ କରିପାରିବେ । କୋଭିଡ୍‌ କଟକଣା ମାନି ପ୍ରବଚନ ଦେବାକୁ କଡ଼ା ନିର୍ଦ୍ଦେଶ ରହିଛି ।

ପ୍ରକାଶ ଯେ, ୨୦୧୫ରେ ସାରଥିଙ୍କୁ ଗିରଫ କରାଯାଇଥିଲା । ଜଣେ ଛାତ୍ରୀଙ୍କ ସହ ସଂପର୍କକୁ ନେଇ ସାରଥୀ ସେ ଚର୍ଚ୍ଚାକୁ ଆସିଥିଲେ । ତେବେ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ଓ ଭକ୍ତଙ୍କୁ ପ୍ରଲୋଭିତ କରିବା ଅଭିଯୋଗରେ ସାରଥିଙ୍କୁ ଗିରଫ କରାଯାଇଥିଲା ।

Leave a Reply

Your email address will not be published. Required fields are marked *