ପୋଲିସକୁ ଚୋର ଭାବି ନିର୍ଦ୍ଧୁମ ପିଟିଲେ ଗାଁ ଲୋକେ, ୨ ଆହତ
ଢେଙ୍କାନାଳ: ଚୋର ସନ୍ଦେହରେ ପୋଲିସକୁ ପିଟିଲେ ଗାଁ ଲୋକେ । ଢ଼େଙ୍କନାଳ ସଞ୍ଜପଡା ଗାଁରେ ପୋଲିସ୍ ଗାଁ ଲୋକେ ମୁହାଁମୁହିଁ । ଚୋର ଧରିବାକୁ ସାଧା ପୋଷାକରେ ଗାଁକୁ ଯାଇଥିବା ପୁଲିସକୁ ଚୋର ଭାବି ମାଡ ମାରିବା ସହ ଗାଡି ଭଙ୍ଗାରୁଜ୍ଜା କରିଛନ୍ତି ସ୍ଥାନୀୟ ଲୋକେ । ଆକ୍ରମଣରେ ୨ଜଣ ପୋଲିସ୍ ଆହତ ହୋଇଛନ୍ତି । ପୁଲିସ ସେମାନଙ୍କର ପରିଚୟ ଦେବା ପରେ ମଧ୍ୟ ଗାଁ ଲୋକ ଶୁଣି ନଥିଲେ । ଖବର ପାଇ ବଅଁରପାଳ ପୋଲିସ ସେଠାରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ଗାଁରେ ୪ପ୍ଲାଟୁନ୍ ପୋଲିସ ଫୋର୍ସ ମୃତୟନ ହୋଇଛନ୍ତି । ପୋଲିସ୍ ଭୟରେ ଗାଁ ପୁରୁଷଶୂନ୍ୟ ହୋଇଥିବା ଜଣା ପଡିଛି ।ସୂଚନା ଅନୁଯାୟୀ ଗତ ୪ ତାରିଖରେ ଗାଁରେ କିଛି ଦୁର୍ବୃତ୍ତ ପାଇସ ଚୋରୀ କରିବାକୁ ଆସିଥିଲେ । ଗାଁ ଲୋକ ପୋଲିସରେ ଖବର ଦେବାପରେ ୩ ଜଣ ଅଭିଯୁକଙ୍କୁ ଗିରଫ କରାଯାଇଥିଲା । ତେବେ ସେହି ଚୋର ମାନଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇଥିଲା ଏବଂ ତାକୁ ଧରିବା ପାଇଁ ଦୁଇ ଜଣ ପୋଲିସ ସାଧା ପୋଷାକରେ ଗାଁକୁ ଆସିଥିଲେ । ତେବେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲା ଏବଂ ତାକୁ ଗିରଫ କରି ଫେରିବା ସମୟରେ ଗାଁ ଲୋକ ତାଙ୍କୁ ପିଲା ଚୋର ବୋଲି ଭାବି ନିର୍ଦ୍ଧୁମ ମାଡ଼ ମାରିଥିଲେ ।ପୋଲିସର ପରିଚୟ ଦେବା ପରେ ମଧ୍ୟ ଗାଁ ଲୋକ ତାଙ୍କୁ ଛାଡ଼ିନଥିଲେ । ପରବର୍ତ୍ତୀ ସମୟରେ ପଅଁରପାଳ ଏବଂ କଣ୍ଟାବଣିଆ ପୋଲିସ ଘଟଣାସ୍ଥଳରେ ପହଁଞ୍ଚିଥିଲେ । କିନ୍ତୁ ପୋଲିସକୁ ମଧ୍ୟ ଗାଁ ଲୋକ ମାଡ଼ ମାରିବାକୁ ପଛାଇନଥିଲେ । ଏମିତିକି ପୋଲିସ ଗାଡ଼ି ଏବଂ ଚୋର ଧରିବା ପାଇଁ ଆସିବାକୁ ବ୍ୟବହାର ହୋଇଥିବା କାରକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି ଗାଁ ଲୋକ ।