ଭୁଲ ଇଞ୍ଜେକ୍ସନ ନେଲା ଜୀବନ

ଭୁବନେଶ୍ୱର: –ଭୁଲ ଇଞ୍ଜେକ୍ସନ ନେଲା ଜୀବନ। କ୍ୟାପିଟାଲ ହସ୍ପିଟାଲରେ ଭୁଲ ଇଞ୍ଜେକ୍ସନ ଦେବା ଯୋଗୁଁ ଜଣେ ୩୦ ବର୍ଷୀୟ ବ୍ୟକ୍ତିର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ।

ମୃତ ବ୍ୟକ୍ତି ଜଣକ ଭିଙ୍ଗାରପୁର ଶାସନର ସିଦ୍ଧି ନାଥ ସାହୁ ବୋଲି ଜଣାପଡିଛି।

ସୂଚନା ଅନୁସାରେ ରାତିରେ ଭୋଜି ଖାଇ ଫେରିଲା ବେଳେ ସିଦ୍ଧିଙ୍କର ବାନ୍ତି ହୋଇଥିଲା। ପରେ ନିଜେ ଚାଲି ଚାଲି କ୍ୟାପିଟାଲ ହସ୍ପିଟାଲକୁ ଯାଇଥିଲେ । ରାତି ପ୍ରାୟ ୨ଟା ବେଳକୁ ଡାକ୍ତର ତାଙ୍କୁ ଇଞ୍ଜେକ୍ସନ ଦେଇଥିଲେ । ହେଲେ ଏହାର ୫ ମିନିଟ ପରେ ସିଦ୍ଧିଙ୍କର ମୃତ୍ୟୁ ହୋଇଥିଲା। ରାତି ପାଇଲେ ନିଜ ବାହାଘର ପାଇଁ ଝିଅ ଦେଖିବା ପାଇଁ ଯାଇଥାନ୍ତେ ସେ ।

ଏହି ଘଟଣାରେ ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ବର୍ଗ ଅଭିଯୋଗ କରିଛନ୍ତି । ସେପଟେ ଏସମ୍ପର୍କରେ ତଦନ୍ତ କରିବା ସହ ଅବହେଳା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି।

Leave a Reply

Your email address will not be published. Required fields are marked *