ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ମିଷ୍ଟ୍ରି:ଭିସେରା ରିପୋର୍ଟ ଦୂର କରିବ ସସ୍ପେନ୍ସ
ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ନାୟକ ଡେଥ୍ ମିଷ୍ଟ୍ରି । ସମୟ ସହ ଘନିଭୂତ ହେଉଛି ସନ୍ଦେହ । ପ୍ରେମିକବନ୍ଧୁକୁ ପୋଲିସ ବାନ୍ଧିବା ପରେ ସତ ଉନ୍ମୋଚନ ନେଇ ବଢୁଛି ଉତ୍ସୁକତା । ମୃତ୍ୟୁ ପୂର୍ବଦିନ କେଉଁଠି ଥିଲେ ଝରାଫୁଲ ? ଯଦି ପୁରୁଷବନ୍ଧୁଙ୍କ ସହ ଥିଲେ ତେବେ କେଉଁଠି ଆଉ କେଉଁ ଗେଷ୍ଟହାଉସରେ ? କେତେ ନମ୍ବର ରୁମରେ ରାତ୍ରିଯାପନ କରିଥିଲେ ? ଏମିତି ଅନେକ କିଛି ଘଟଣାକୁ ନେଇ ତଦନ୍ତ ପ୍ରଖର କରିଛି ପୋଲିସ । ଡ୍ରଗ ରିଆକ୍ସନ ନା ଫୁଡ ପଏଜନ, କିଭଳି ହେଲା ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ? ଖାଦ୍ୟରେ ବିଷ କ୍ରିୟା ଯୋଗୁଁ ମୃତ୍ୟୁ ହୋଇଛି, ନା ତାଙ୍କୁ ଡ୍ରଗସ ଦିଆଯାଇଥିଲା, ଯାହାର ସାଇଡ ରିଆକ୍ସନ ହୋଇଛି । ମୃତ୍ୟୁର କାରଣ କହିବ ଭିସେରା ରିପୋର୍ଟ । ଯାହାକୁ ନେଇ ଶନିବାର ଝରାଫୁଲ ରାତ୍ରି ଯାପନ କରିଥିବା ଗେଷ୍ଟହାଉସରୁ ନମୁନା ସଗ୍ରହ କରିଛି ଫରେନସିକ ଟିମ । ଆଉ ଯାଜପୁର ପୋଲିସ ମୃତ୍ୟୁର ରହସ୍ୟ ଉନ୍ମୋଚନ କରିବ । କାରଣ ୨୬ ତାରିଖ ଦିନ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଲିଙ୍ଗରାଜ ଷ୍ଟେସନ ନିକଟ ଏକ ଫୁଡ କୋର୍ଟରେ ବିରିୟାନି ଖାଇଥିଲେ । ହେଲେ ଝରାଫୁଲ ତାଙ୍କ ଦେହ ଭଲ ନଥିବାରୁ ସେ ଅଳ୍ପ ଖାଇଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ ସେହି ଫୁଡ କୋର୍ଟର କର୍ମଚାରି ।ତେବେ ଦେହ ଖରାପ ଥିବା ଯୋଗୁଁ କୌଣସି ମେଡିସିନ ନେଇଥିଲେ କି ଝରାଫୁଲ, ନା ରାତ୍ରି ଯାପନ ସମୟରେ କୌଣସି ନିଶା ଦ୍ରବ୍ୟ ବା କୌଣସି ନିଶା ସେବନ କରିଥିଲେ । ଯାହାର ସାଇଡ ରିଆକ୍ସନ ଯୋଗୁଁ ଏପରି କୌଣସି ଅଘଟଣ ଘଟିଥିାଇପାରେ ବୋଲି ସନ୍ଦେହ କରୁଛି ପୋଲିସ । ଅନ୍ୟପଟେ ଯଦି ଫୁଡ ପଏଜନ ହୋଇଥାଏ ତେବେ ତାହା କେଉଁ କାରଣରୁ, କ’ଣ ଖାଦ୍ୟରେ ବିଷ ଦିଆଯାଇଥିଲା ଏହା ଭିସେରା ରିପୋର୍ଟ ଆସିବା ପରେ ଜଣାପଡିପାରେ । ତେବେ ଏହି ଘଟଣାରେ ପୁରୁଷ ବନ୍ଧୁ ରାକେଶକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ହତ୍ୟା ଓ ପ୍ରମାଣ ନଷ୍ଟର ଅଭିଯୋଗ ରହିଛି । ତେବେ କ’ଣ ପୋଲିସ ରାକେଶକୁ ହତ୍ୟାକାରି ବୋଲି ପ୍ରମାଣ କରିପାରିବ । ଏଥିପାଇଁ ଫରେନସିକ ଟିମ ସଂଗ୍ରହ କରିଥିବା ପ୍ରମାଣ ତାହା ସ୍ପଷ୍ଟ ହୋଇପାରିବ ଏବଂ ମୃତ୍ୟୁର ରହସ୍ୟ ଉନ୍ମୋଚନ କରିବାରେ ପୋଲିସ ସଫଳ ହୋଇପାରିବ । ତେଣୁ ଏହି ସବୁ ସସ୍ପେନ୍ସ ଦୂର କରିବା ପାଇଁ ଭିସୋରା ରିପୋର୍ଟକୁ ଅପେକ୍ଷା ରହିଛି ।