ସିକ୍ୟୁରିଟି ଗାର୍ଡଙ୍କୁ ମରଣାନ୍ତକ ଆକ୍ରମଣ

ଯାଜପୁର: ଯାଜପୁର ସଦରଥାନା ଅଧୀନ ସାହସପୁରଠାରେ ନିର୍ମାଣଧୀନ ବିଦ୍ୟୁତ୍ ଷ୍ଟ୍ରକ୍‌ଚରରେ ସିକ୍ୟୁରିଟି ଗାର୍ଡ କାମ କରୁଥିବା ଏହି ଥାନା ଏରବାଙ୍କ ଗ୍ରାମର ତ୍ରିଲୋଚନ ମଲିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ହଠାତ୍ ୨୭ ତାରିଖ ରାତି ପ୍ରାୟ ୧୨ଟାରେ ଏକ ବୋଲେରୋରେ ୭/୮ ଜଣ ଯୁବକ ଆସି ତାଙ୍କୁ ବିଭିନ୍ନ କଥା ପଚାରିବା ସହ ଭୟଭୀତ କରାଇଥିଲେ । ସେ ଏହାର ପ୍ରତିବାଦ କରିବାରୁ ସମ୍ପୃକ୍ତ ଯୁବକମାନେ ତାଙ୍କୁ ସେଠାରେ ପଡ଼ିଥିବା ଏକ କିଳାରେ ପିଟିଥିଲେ । ଫଳରେ ତ୍ରିଲୋଚନ ଘଟଣାସ୍ଥଳରେ ଗୁରୁତର ହୋଇ ଜୋରରେ ପାଟି କରିଥିଲେ । ଏହାଶୁଣି ରାସ୍ତା ଆରପଟେ ସୋଇଥିବା ସାହସପୁର ଗ୍ରାମର ବାଟୁ ମଲିକ ତାଙ୍କୁ ଉଦ୍ଧାର କରିବାକୁ ଧାଇଁ ଆସିଥିଲେ । ଏହାଦେଖି ସମ୍ପୃକ୍ତ ଯୁବକମାନେ ବୋଲେରୋ ନେଇ ଫେରାର ହୋଇ ଯାଇଥିଲେ । ଗଲାବେଳେ ତ୍ରିଲୋଚନଙ୍କ ଦାମୀ ମୋବାଇଲ ଛଡ଼ାଇ ନେଇ ପଳାଇଥିଲେ । ପରେ ଖବର ପାଇଁ ତ୍ରିଲୋଚନଙ୍କ ଭାଇ ଘନଶ୍ୟାମ ପହଞ୍ôଚ ତାଙ୍କୁ ଉଦ୍ଧାର କରି ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେ ଏବେ ଚିକିତ୍ସାଧୀନ ଅଛନ୍ତି । ଏନେଇ ତ୍ରିଲୋଚନଙ୍କ ଭାଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଛି । ହେଲେ ଏ ପର୍ଯ୍ୟନ୍ତ ସମ୍ପୃକ୍ତ ଯୁବକମାନଙ୍କ ଟେର୍ ପାଇ ପାରିନାହିଁ । ଏପରି ଆକମ୍ରଣକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଛନ୍ତି । ପୋଲିସର ଢିଲା ପାଟ୍ରୋଲିଂ ଯୋଗୁ ଦୁର୍ବୃତ୍ତ ଏପରି କାଣ୍ଡ ଘଟାଉଛନ୍ତି ବୋଲି ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *