ଏଥର ଅନଲାଇନରେ ପ୍ରଶ୍ନ ପଚାରିବେ ବିଧାୟକ

ଭୁବନେଶ୍ୱର;– ଆସନ୍ତାମାସ ତୃତୀୟ ସପ୍ତାହରୁ ଆରମ୍ଭ ହେବାକୁ ଥିବା ବିଧାନସଭା ବଜେଟ୍ ଅଧିବେଶନକୁ ସମ୍ପୂର୍ଣ୍ଣ ଭାବେ ପେପରଲେସ୍ ହେବ। ଏଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି ଯେ, ବିଧାନସଭା ବଜେଟ୍ ଅଧିବେଶନରେ ଅନଲାଇନ୍ ପ୍ରଶ୍ନୋତ୍ତର ହେବ। ଅନଲାଇନରେ ସମସ୍ତ ବିଧାୟକ ପ୍ରଶ୍ନ ପଚାରିବେ। ବିଧାୟକମାନେ ପଚାରିଥିବା ପ୍ରଶ୍ନର ଉତ୍ତର ସେମାନଙ୍କୁ ସେମାନଙ୍କ ମୋବାଇଲ ସ୍ମାର୍ଟଫୋନ୍ ମାଧ୍ୟମରେ ପ୍ରଦାନ କରାଯିବ। ନାଭା ଆପ୍ ଜରିଆରେ ବିଧାୟକମାନେ ସବୁ ତଥ୍ୟ ପାଇପାରିବେ। ବିଧାନସଭାକୁ ପେପରଲେସ୍ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି ବୋଲି ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି।
ବିଧାନସଭାର ବଜେଟ୍ ଅଧିବେଶନ ଫେବୃୟାରୀ ୨୩ରୁ ଆରମ୍ଭ ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *