ପାରା ଗ୍ଲାଇଡିଂ ବେଳେ ଛିଡିଗଲା ରଶି, ଆକାଶରୁ ଖସି ପଡିଲେ ୨ ଗ୍ଲାଇଡର୍

ନୂଆଦିଲ୍ଲୀ:-ଉତ୍ତର ପ୍ରଦେଶର ହନୁଓ୍ୱନ୍ତିଆ ଜଳ ମହୋତ୍ସବରେ ବୁଧବାର ସନ୍ଧ୍ୟାରେ ଏକ ବଡ ଦୁର୍ଘଟଣା ଘଟିଛି । ଏଥିରେ ୨ଜଣ ପ୍ରାଣ ହରାଇଛନ୍ତି । ଦୁଇ ମୃତକ ଏକ ଇଭେଣ୍ଟ କମ୍ପାନୀର କର୍ମଚାରୀ ବୋଲି ଜଣାପଡିଛି । ଏହି ଦୁଇଜଣ ପାରାଗ୍ଲାଇଡିଂ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ମୃତ୍ୟୁବରଣ କରିଛନ୍ତି । ଜିଲ୍ଲାପାଳ ଏହାର ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣା ପରେ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବୁଧବାର ସନ୍ଧ୍ୟା ୬ଟାରେ ଏହି ଅଘଟଣ ଘଟିଥିଲା । ସନସେଟ୍ କମ୍ପାନୀର ୨ କର୍ମଚାରୀ ପାରାଗ୍ଲାଇଡିଂରେ ଆକାଶରେ ବିଭିନ୍ନ କୌଶଳ ଦେଖାଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରୁଥିଲେ । ହଠାତ ବହୁ ଉଚ୍ଚକୁ ଯିବା ପରେ ଗ୍ଲାଇଡରର ଦଉଡି ଛିଡି ଯାଇଥିଲା । ଏହାସହ ପାରାଚ୍ୟୁଟ୍ ଖୋଲିନଥିଲା । ଏହାପରେ ଉଭୟ ତଳେ ଖସି ପଡିଥିଲେ ।

ଏହାଦେଖି ଅନ୍ୟମାନେ ଗ୍ଲାଇଡର୍ ପଡିଥିବା ସ୍ଥାନକୁ ଯାଇଥିଲେ । ବହୁକଷ୍ଟରେ ଉଭୟଙ୍କୁ ଗ୍ଲାଇଡରର ଜାଲ କାଟି ବାହାର କରାଯାଇଥିଲା । ସେମାନଙ୍କୁ ତୁରନ୍ତ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ରାସ୍ତାରେ ହିଁ ଉଭୟ ମୃତ୍ୟୁବରଣ କରିଥିଲେ । ମୃତକ ଦ୍ୱୟ ହେଲେ ଗଜପାଲ ସିଂ ଓ ବାଲଚନ୍ଦ ଦାଙ୍ଗୀ ।

ବୁଧବାର ହନୁଓ୍ୱନ୍ତିଆ ଜଳ ମହୋତ୍ସବରେ ପାରାଗ୍ଲାଇଡିଂ ସମୟରେ ଘଟିଥିବା ଦୁର୍ଘଟଣା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଛି । ଜିଲ୍ଲାପାଳ ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *