ବାଲିଗୁଡ଼ାରେ ୮ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ଅବାକରୀ ବିଭାଗ

ବାଲିଗୁଡ଼ା:– ରାଜ୍ୟରେ ତୁହାକୁ ତୁହା ବଢ଼ି ଚାଲିଛି ଗଞ୍ଜେଇ ଚାଲାଣ। ପ୍ରତି ଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ଗଞ୍ଜେଇ ଜବନ ହେଉଛି। ତେବେ ବାଲିଗୁଡାରେ ପୁଣି ସକ୍ରିୟ ହେବାରେ ଲାଗିଛି ଗଞ୍ଜେଇ ଚାଲାଣ। ଅବକାରୀ ବିଭାଗକୁ ଗଞ୍ଜେଇ ଚାଲାଣ ସକ୍ରିୟ କରାଇଛି। ୮କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ୍ ଓ ଅବକାରୀ ବିଭାଗର ମିଳିତ ଟିମ୍। ମହାସିଙ୍ଗି ପଞ୍ଚାୟତର ସୁରୁବାଲି ଅଞ୍ଚଳରେ ୮୦ ଏକର ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ ନଷ୍ଟ କଲା ଅବକାରୀ ବିଭାଗ।

ବେଆଇନ ଗଞ୍ଜେଇ ଗଛ କାଟି ନିଆଁ ଲଗାଇ ପୋଡ଼ି ନଷ୍ଟ କରାଯାଇଛି। ନଷ୍ଟ ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୮ କୋଟି ଟଙ୍କା ହେବ ବୋଲି ପୋଲିସ୍ ସୂଚନା ଦେଇଛି। ପୂର୍ବରୁ ଲଗାତାର ଭାବେ ବାଲିଗୁଡାର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗ ତରଫରୁ ମିଶନ କ୍ଲିନ୍ ଗଞ୍ଜେଇ ଅଭିଯାନ ଜାରି ରହିଛି  ।

Leave a Reply

Your email address will not be published. Required fields are marked *