nationsbyte

ନାମୀ ପ୍ୟାକିଂ ଭିତରେ ନକଲି ଜର୍ଦ୍ଦା

କଟକ:  ପ୍ରଥମେ ଖାଦ୍ୟ ସାମଗ୍ରୀ ପରେ ଏବେ ଭେଜାଲ ନିଶା ଦ୍ରବ୍ୟ ବି ଜବତ ହୋଇଛି କଟକରୁ। ନକଲି ଘିଅ, ତେଲ, ପନିର, ସସ୍‌ ପରେ ଏବେ କଟକରୁ ଜବତ ହୋଇଛି ଭେଜାଲ ଜର୍ଦ୍ଦା । ବହୁ ନାମୀଦାମୀ କମ୍ପାନୀର ପ୍ୟାକିଂ ଓ ଲୋଗୋ ସହ ଏକ ନକଲି ଜର୍ଦ୍ଦା ଫ୍ୟାକ୍ଟ୍ରି ଠାବ କରିଛି କଟକ ସଦର ଥାନା ପୁଲିସ୍‌।

କଟକ ସଦର ଥାନା ସାସୋଳ ଗାଁରେ ଚଢାଉ କରି ପୁଲିସ୍‌ ଏହି ନକଲି ଜର୍ଦ୍ଦା ଓ ପାନ ମସଲା କାରଖାନା ଠାବ କରିଛି ।କାରଖାନାରୁ ୪ କୁଇଣ୍ଟାଲରୁ ଅଧିକ ନିମ୍ନମାନର ଗୁଣ୍ଡି ସହ କେମିକାଲ ଜବତ ହୋଇଛି । କଟକ ସହରଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ସାସୋଳ ଗାଁରେ ୨୦୦୭ ମସିହାରୁ ଏହି ଫ୍ୟାକ୍ଟ୍ରି ଚାଲିଥିଲା । ଏନେଇ ବାରମ୍ବାର ସ୍ଥାନୀୟ ଲୋକେ ଅଭିଯୋଗ କରିଆସୁଥିଲେ ।

Leave a Reply

Your email address will not be published. Required fields are marked *