ସ୍ୱପ୍ନକୁ ବାସ୍ତବ ରୂପ ଦେବାର ମାର୍ଗ ଦେଖାଇଲେ ସୁବ୍ରତ ବାଗ୍ଚୀ
ଭୁବନେଶ୍ୱର: ଯୁବଗୋଷ୍ଠୀଙ୍କୁ ଆତ୍ମନିର୍ଭରଶୀଳ ଏବଂ ନିଯୁକ୍ତିଯୋଗ୍ୟ କରିବା ନିମନ୍ତେ କ୍ୟାରିୟର କାଉନ୍ସିଲିଂର ଆବଶ୍ୟକତା ରହିଛି ବୋଲି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ କହିଛନ୍ତି । ପୁରୀସ୍ଥିତ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ କ୍ୟାରିୟର କାଉନ୍ସିଲିଂ େୱବିନାର୍ରେ ଯୋଗଦେଇ ବାଗ୍ଚୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ । ‘ଇମାଜିନ୍ ଡ୍ରିମ୍ ଏଣ୍ଡ କି୍ରଏଟ ଅପରଚୁ୍ୟନିଟି ଫର ୟୋରସେଲ®’ ଶୀର୍ଷକ ବିଷୟବସ୍ତୁକୁ ନେଇ ଆୟୋଜିତ େୱବିନାର୍ରେ ସେ ଛାତ୍ରଛାତ୍ରୀଙ୍କୁ ଉତ୍ତମ କହିବା ଶୈଳୀ, ଯେକୌଣସି ସ୍ଥାନରେ ଖାପଖୁଆଇ ଚଳିବା ଏବଂ ଅତ୍ମନିର୍ଭରଶୀଳ ହେବାକୁ ପରାମର୍ଶ ଦେଇଥିଲେ । ୱାଲର୍ଡ ଇକୋନୋମିକ ଫୋରମ-୨୦୨୦ ଦ୍ୱାରା ପ୍ରକାଶିତ ଜବସ୍ ରିସେଟ୍ ସମିଟ୍ ଗବେଷଣା ଅନୁଯାୟୀ ଆମେ ୨୦୨୫ ସୁଦ୍ଧା ୮୫୦ ଲକ୍ଷ ନିଯୁକ୍ତି ହରାଇବା ଏବଂ ୯୭୦ ଲକ୍ଷ ନୂତନ ପ୍ରକାର ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି ଯାହା ଆମକୁ ପୂର୍ବରୁ ଅଗୋଚର ଥିଲା । ତେଣୁ ସମୟ ଅନୁଯାୟୀ ଆମକୁ ପରିବର୍ତ୍ତନଶୀଳ ସମାଜରେ ଖାପଖୁଆଇ ତଦନୁଯାୟୀ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି ବାଗ୍ଚୀ କହିଥିଲେ ।
ସମୟ ସହିତ ତାଳ ଦେଇ ନିଜ ରୁଚି ଅନୁଯାୟୀ କାର୍ଯ୍ୟ କରିବା, ଏକ ନୂତନ ସ୍କିଲ୍କୁ ଆପଣେଇବା, ଉତ୍ତମ କହିବା ଓ ଲେଖିବା, ସ୍ଥାନନ୍ତରକୁ ଆପଣେଇ ନେବା, ଲୋକ ଓ ବ୍ୟବସାୟ ବିଷୟରେ ଜାଣିବାର ଆଗ୍ରହ ରଖିବା, କ୍ଷୁଦ୍ରରୁ ଆରମ୍ଭ କରିବା, ଆପ୍ରେଣ୍ଟିସ୍ ପ୍ରଶିକ୍ଷଣ ନେବା, କେବଳ ନିଯୁକ୍ତି ବିଷୟରେ ନଭାବି ଉଦ୍ୟୋଗୀ ହେବା ବିଷୟରେ ଚିନ୍ତା କରିବା, ଏକ ଜୀବନ ଓ ଅନେକ ବୃତ୍ତିର ବିକଳ୍ପ ଚିନ୍ତା କରିବା, ପଢ଼ିଥିବା ପାଠ ଓ କର୍ମ ମଧ୍ୟରେ ଅନ୍ତର ଥାଏ, ଇଣ୍ଟରନେଟ୍ର ଦାସ ନହୋଇ ଇଣ୍ଟରନେଟ୍କୁ ଦାସ କରିବା ଏବଂ କେବଳ କଲେଜ ଡିଗ୍ରୀ ମଧ୍ୟରେ ନିଜକୁ ସୀମିତ କରି ନରଖିବା ଏହିଭଳି ବାରଟି ନୀତି ଆପଣେଇବାକୁ ବଗ୍ଚୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।
ବାଗ୍ଚୀ ଜୀବନରେ ସଫଳତା ହାସଲ କରିବା ପାଇଁ ବିଶ୍ଳେଷଣାତ୍ମକ ଚିନ୍ତାଧାରା ଓ ନୂତନତା, ସକି୍ରୟ ଶିକ୍ଷା ଓ ରଣନୀତି, ଜଟିଳ ଚିନ୍ତାଧାରା ସମାଧାନ, ଗମ୍ଭୀର ଚିନ୍ତା ଓ ବିଶ୍ଳେଷଣ, ସୃଜନଶୀଳତା, ମୌଳିକତା ଓ ଆନ୍ତରିକତା, ନେତୃତ୍ୱ ଓ ସାମାଜିକ ପ୍ରଭାବ, ଟେକ୍ନୋଲୋଜିର ବ୍ୟବହାର, ପର୍ଯ୍ୟବେକ୍ଷଣ ଓ ନିୟନ୍ତ୍ରଣ, ଟେକ୍ନୋଲୋଜି ଡିଜାଇନ୍ ଏବଂ ପ୍ରୋଗ୍ରାମିଂ, ଉତ୍କର୍ଷ ହାସଲ ପାଇଁ ସ୍କିଲ୍ ପ୍ରଶିକ୍ଷଣ, ଗବେଷଣା, ସମସ୍ୟା ସମାଧାନ ଏବଂ ବିଚାରଶକ୍ତି ବୃଦ୍ଧି କରିବା ଭଳି ଦଶ ଗୋଟି ମନ୍ତ୍ର ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସୁଜାତା ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଡ. ପଲ୍ଲବୀ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଏସ୍ଡ଼ିଏ ଯୁଗ୍ମ ସଚିବ ପିନାକୀ ପଟ୍ଟନାୟକ, ଜିଲ୍ଲା ନିୟୋଜନ ଅଧିକାରୀ ଅର୍ପିତା ପି୍ରୟଦର୍ଶିନୀ ଏବଂ ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକାଗଣ ଏହି କାର୍ଯ୍ୟରେ ସାମିଲ ଥିଲେ ।