nationsbyte

କଳାହାଣ୍ଡି ଆଜି ବିକାଶର ମଡେଲ ହୋଇଛି

କଳାହାଣ୍ଡି: ଭୋକର ଭୂଗୋଳ କୁହାଯାଉଥିବା କଳାହାଣ୍ଡି ଏବେ ଭାତହାଣ୍ଡି ପାଲଟିଛି । କଳାହାଣ୍ଡି ଆଜି ବିକାଶର ମଡେଲ ଭାବେ ଛିଡ଼ା ହୋଇଛି। ଏହି ଜିଲ୍ଲା ଧାନ ଉତ୍ପାଦନରେ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ, ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ମଧ୍ୟ ଚାଉଳ ଯୋଗାଉଛି।  ୧୦ଟି ରାଜ୍ୟ କେନ୍ଦ୍ରୀୟ ଭଣ୍ଡାରକୁ ଯେତିକି ଚାଉଳ ଯୋଗାଉଛନ୍ତି, କଳାହାଣ୍ଡି ଏକାକି ସେତିକି ଚାଉଳ ଯୋଗାଉଛି।” ଆଜି ଦିନିକିଆ କଳାହାଣ୍ଡି ଗସ୍ତରେ ଯାଇ ୨୦୮୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବା ଅବସରରେ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ମହାମାରୀ ଯୋଗୁ ଦୀର୍ଘ ଦିନ ଜନସମାବେଶରୁ ଦୂରେଇ ରହୁଥିବା ମୁଖ୍ୟମନ୍ତ୍ରୀ ଆଜି କଳାହାଣ୍ଡିରେ ପହଞ୍ଚିଥିଲେ। ସେଠାରେ  ମୁଖ୍ୟମନ୍ତ୍ରୀ  ୫୪ଟି ପ୍ରକଳ୍ପର ଉଦ୍‌ଘାଟନ କରିଥିବା ବେଳେ ୫୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ୨୦୦୦ ମସିହାରେ ଦାୟିତ୍ୱ ଗ୍ରହଣ କରିବା ପରଠୁ କଳାହାଣ୍ଡିର ଛବି ଉଜ୍ଜଳ ହୋଇଛି । କଳାହାଣ୍ଡିର ବିକାଶ ସମେତ ନୂଆ ଓଡିଶା ପାଇଁ ବାଟ ଦେଖାଇଛି। କୃଷି କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲା ବିକାଶର ଉଚ୍ଚପ୍ରଶଂସା କରି ମୁଖ୍ୟମନ୍ତ୍ରୀ  କହିଥିଲେ ଯେ, କଳାହାଣ୍ଡି ଧାନ ଉତ୍ପାଦନରେ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିପାରିଛି।  କଳାହାଣ୍ଡିର ଚାଷୀ ତଥା ସମସ୍ତ ଜନସାଧାରଣଙ୍କ  ଦୃଢ ଇଚ୍ଛା ଶକ୍ତି, ଗଭୀର ଆତ୍ମ ବିଶ୍ୱାସ ଓ କଠିନ ପରିଶ୍ରମ ଯୋଗୁଁ  ହୋଇପାରିଛି ।

ସଂଗ୍ରହ ଋତୁରେ କଳାହାଣ୍ଡିର ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୧୨୦୦ କୋଟି ଟଙ୍କା ଦିଆଯାଇଛି । ମାଛ ଚାଷ କ୍ଷେତ୍ରରେ ମଧ୍ୟ ଦେଶରେ ଶ୍ରେଷ୍ଠ ଜିଲ୍ଲାର ମର୍ଯ୍ୟାଦା ଲାଭ କରିଛି ।

 

Leave a Reply

Your email address will not be published. Required fields are marked *