ଭୁଶୁଡ଼ିଲା କୋଲାବ ମୁଖ୍ୟ କେନାଲ ବନ୍ଧ, ଜମିରେ ମାଡ଼ିଲା ପାଣି

ଜୟପୁର:-କୋରାପୁଟ ଜିଲ୍ଲା ଜୟପୁର ସହର ଉପକଣ୍ଠ ଏକତାଗୁଡ଼ା ଦେଇ ଯାଇଥିବା ଅପର୍ କୋଲାବ ମୁଖ୍ୟ କେନାଲ ବନ୍ଧ ଗତ ରାତିରେ ଭୁଶୁଡ଼ି ଯାଇଛି। ଫଳରେ ଚାଷ ଜମିକୁ ପାଣି ମାଡ଼ିବାରେ ଲାଗିଛି । ଗତକାଲି ରାତିରେ ଏହି ଅଘଟଣ ଘଟିଛି ।ସୂଚନାଯୋଗ୍ୟ,  ଅପର୍ କୋଲାବ ମୁଖ୍ୟ କେନାଲ ୫୦ରୁ ୬୦ ମିଟର୍ ବନ୍ଧ ଭୁଶୁଡ଼ି ଯିବାରୁ ଏକତାଗୁଡ଼ା ଅଞ୍ଚଳରେ ପାଣି ପଶିଯାଇଛି । ନିକଟରେ ଥିବା ଏକର ଏକର ଚାଷ ଜମିକୁ ପାଣି ମାଡ଼ିବାରେ ଲାଗିଛି । ଫଳରେ ଅଞ୍ଚଳବାସୀ ଗତକାଲି ରାତି ସାରା ଭୟରେ କାଟିଛନ୍ତି । ତେବେ ସୌଭାଗ୍ୟବଶତଃ କେନାଲର ପାଣି ଜନବସତି ଦିଗକୁ ମାଡ଼ି ନାହିଁ ।

Leave a Reply

Your email address will not be published. Required fields are marked *