ମାଓ ସଂଗଠନକୁ ବଡ଼ ଝଟକା, ଆତ୍ମସମର୍ପଣ କଲେ ୧୪ ହାଡକୋର ମାଓବାଦୀ

ମାଲକାନଗିରି:- ମାଓ ସଂଗଠନକୁ ବଡ଼ ଝଟକା । ଆତ୍ମସମର୍ପଣ କଲେ ୧୪ ହାଡକୋର ମାଓବାଦୀ । ମାଲକାନଗିରି ସୀମାନ୍ତ ଦନ୍ତେୱାଡାରେ ଆତ୍ମସମର୍ପଣ କଲେ ୧୪ ହର୍ଡକୋର ମାଓବାଦୀ । ତାଙ୍କ ମଧ୍ୟରୁ ଦୁଇ ଜଣ ବାମନ ମିଡିଆମି ଏବଂ ରାଜୁ ମିଡ଼ିଆମିଙ୍କ ମୁଣ୍ଡରେ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ଥିଲା ।ମାଓ ସଂଗଠନରୁ ଅତିଷ୍ଠ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଏମାନେ ଆତ୍ମସମର୍ପଣ କରିଥିବା କହିଛନ୍ତି ଦନ୍ତେବଡା ଏସ ପି ଅଭିଷେକ ପଲ୍ଲବ । ଅସ୍ତ୍ର ତ୍ୟାଗ କରିବା ମାତ୍ରେ ଏମାନଙ୍କୁ ୧୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି । ଏମାନେ ଗତକାଲି ସନ୍ଧ୍ୟା ବେଳେ କିରାନ୍ଦୁଲ୍ ଥାନାରେ ଆତ୍ମସମର୍ପଣ କରିଛନ୍ତି ।ପୋଲିସର ମାଓ ମୁକ୍ତ ଅଞ୍ଚଳ ଅଭିଯାନ ପାଇଁ ଏହା ଏକ ବଡ଼ ସଫଳତା । ଛତିଶଗଡ଼ ସୀମାରେ କାୟା ବିସ୍ତାର କରିଥିବା ମାଓ ସଙ୍ଗଠନ ମାନଙ୍କ ଦୁର୍ଗ ମଧ୍ୟ ଧିରେ ଧିରେ ଭୁଷୁଡ଼ିବାରେ ଲାଗିଛି । ତେବେ ଅହୁରି ଅନେକ ମାଓବାଦୀ ଆତ୍ମସମର୍ପଣ କରି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପ୍ରସ୍ତୁତ ହୋଉଥିବା ପୋଲିସ ସଚନାରୁ ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *