ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର

ଭୁବନେଶ୍ୱର:-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର । ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟରେ ଏନେଇ ଏକ ଅଜଣା ଚିଠି ପହଞ୍ଚିବା ପରେ ସତର୍କ ହୋଇ ଉଠିଛି ଗୃହ ବିଭାଗ । ଯେଉଁଥିପାଇଁ ନବୀନଙ୍କ ସୁରକ୍ଷାକୁ ଆହୁରି କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା । ନବୀନ ନିବାସ ଠାରୁ ଆରମ୍ଭ କରି ଲୋକସେବା ଭବନ, ଏପରିକି ସମସ୍ତ ଗସ୍ତ ଓ କାର୍ଯ୍ୟକ୍ରମ ସମୟରେ ନବୀନଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେବାକୁ ପୋଲିସ ବିଭାଗ, ଗୁଇନ୍ଦା ଓ କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟକୁ ଆସିଥିବା ଅଜଣା ଚିଠିରେ ଷଡଯନ୍ତ୍ରର ସାଂଘାତିକ ଘଟଣା ଉଲ୍ଲେଖ କରାଯାଇଛି । କିଛି ସୁପାରୀ କିଲର ମୁଖ୍ୟମନ୍ତ୍ରୀଙ୍କ ହତ୍ୟା ପାଇଁ ଷଡଯନ୍ତ୍ର କରିଛନ୍ତି । ସବୁଠୁ ବଡ କଥା ହେଉଛି, ଏହି ସୁପାରିକିଲରଙ୍କ ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି । ଯେକୌଣସି ମୁହୂର୍ତ୍ତରେ ଏହି ସୁପାରୀକିଲର ମାନେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିପାରନ୍ତି ବୋଲି ବେନାମୀ ଚିଠିରେ ଉଲ୍ଲେଖ ରହିଛି । ଏହି ଅପରାଧୀ ମାନେ କାରରେ ମୁଖ୍ୟମନ୍ତ୍ରୀଙ୍କୁ ଲଗାତାର ଅନୁସରଣ କରୁଛନ୍ତି । ଏପରିକି ୧୭ଟି କାରର ନମ୍ବର ମଧ୍ୟ ଚିଠିରେ ଉଲ୍ଲେଖ ରହିଛି ।

Leave a Reply

Your email address will not be published. Required fields are marked *