ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଖଣି ମନ୍ତ୍ରୀ

ଭୁବନେଶ୍ୱର:-ନବରତ୍ନ କମ୍ପାନୀ ନାଲକୋର ୪୧ତମ ପ୍ରତିଷ୍ଠା ଦିବସରେ ଯୋଗଦେବାକୁ ଓଡ଼ିଶା ଆସିଥିବା କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଉଭୟ ରାଜ୍ୟର ଖଣି ନିଲାମକୁ ନେଇ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।ମିଳିଥିବା ସୂଚନା ଅନୁସାରେ, ଓଡ଼ିଶା ଖଣି ନିଗମ ପାଇଁ ୩ଟି ଲୁହାପଥର ଖଣିକୁ ସଂରକ୍ଷିତ ରଖିବା ନିମନ୍ତେ କେନ୍ଦ୍ର ସରକାର ଅନୁମତି ଦେଇଥିବା ନେଇ ଶ୍ରୀ ଯୋଶୀ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଅବଗତ କରିଥିଲେ। ଏହି ୩ଟି ଖଣି ମଧ୍ୟରୁ ୨ଟି ଖଣି ଓଡ଼ିଶା ଖଣି ନିଗମ(ଓଏମସି) ଓ ଅନ୍ୟଟି ଓଏମଇସି ପାଇଁ ସଂରକ୍ଷିତ ରହିବ। ପୂର୍ବରୁ ରାଜ୍ୟର ୩ଟି ଖଣିକୁ ଓଏମସି ପାଇଁ ସଂରକ୍ଷିତ ରଖିବାକୁ ଓଡ଼ିଶା ଦାବି କରିଥିଲା। ଏହାବ୍ୟତୀତ ରାଜ୍ୟରେ କୋଇଲା ଖଣି ଓ ଅନ୍ୟାନ୍ୟ ଖଣିର ନିଲାମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ ପରାମର୍ଶ ଦେଇଛନ୍ତି। ଏହି ସାକ୍ଷାତ ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ପାଖରେ ଓଡ଼ିଶା ଅନ୍ୟ କେତେକ ଦାବି ରଖିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *