‘ଲିଙ୍ଗରାଜ ମନ୍ଦିରରେ କୋଭିଡ ଟେଷ୍ଟ ବାଧ୍ୟ ନୁହେଁ’

ଭୁବନେଶ୍ୱର:-ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ଏଣିକି କୋଭିଡ୍‌ ଟେଷ୍ଟ ଜରୁରୀ ନୁହେଁ। ବିନା ଟେଷ୍ଟରେ ମଧ୍ୟ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।ସେ କହିଛନ୍ତି-“ଲିଙ୍ଗରାଜ ମନ୍ଦିର ପ୍ରବେଶ ପଥରେ ସମସ୍ତଙ୍କର ସ୍କ୍ରିନିଂ କରାଯିବ। ସ୍କ୍ରିନିଂ ବେଳେ ଯଦି କାହାର କୋଭିଡ୍‌ ଲକ୍ଷଣ ଦେଖା ଦିଏ, ତା ହେଲେ ଟେଷ୍ଟ କରାଯିବ। ତା’ସହିତ ସବୁ ବୟସର ଭକ୍ତ ମନ୍ଦିରକୁ ଯାଇ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ ବୋଲି ବିଏମ୍‌ସି କମିଶନର କହିଛନ୍ତି।ପୂର୍ବରୁ ମନ୍ଦିର ଖୋଲିଥିଲେ ମଧ୍ୟ ୧୦ ବର୍ଷରୁ କମ୍‌ ଓ ୬୫ ବର୍ଷରୁ ଅଧିକ ବୟସର ଶ୍ରଦ୍ଧାଳୁଙ୍କୁ ମନ୍ଦିରରେ ପ୍ରବେଶ ଉପରେ କଟକଣା ଲଗା ଯାଇଥିଲା। କୋଭିଡ୍‌ ସ୍ଥିତିରେ ସାମାନ୍ୟ ସୁଧାର ପରେ କଟକଣା ଭିତରେ ଡିସେମ୍ବର ୨୭ରେ ଖୋଲିଥିଲା ଲିଙ୍ଗରାଜ ମନ୍ଦିର।

Leave a Reply

Your email address will not be published. Required fields are marked *