ଗଞ୍ଜେଇ ମାଫିଆଙ୍କୁ ଧରିବାକୁ ଯାଇ ଆକ୍ରମଣର ଶିକାର ହେଲା ଏସଟିଏଫ , 4 କର୍ମଚାରୀ ଆହତ
ଭୁବନେଶ୍ୱର:-ଗଞ୍ଜେଇ ମାଫିଆଙ୍କୁ ଧରିବାକୁ ଯାଇ ହଟହଟା ହୋଇଛି କ୍ରାଇମବ୍ରାଞ୍ଚର ଏସଟିଏଫ। ସ୍ଥାନୀୟ ଲୋକେ stfକୁ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି। ଫଳରେ stfର 4 ଜଣ କର୍ମଚାରୀ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା କନ୍ଧମାଳ ଜିଲ୍ଲା ହଳଦୀପଡା ଅଞ୍ଚଳରେ ଘଟିଛି। ଏନେଇ stf ପକ୍ଷରୁ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି।
ମିଳିଥିବା ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲାରେ ଥିବା ଜଣେ ଗଞ୍ଜେଇ ମାଫିଆକୁ ଧରିବାକୁ stfର କର୍ମଚାରୀ 5 ଦିନ ହେବ କନ୍ଧମାଳ ଜିଲ୍ଲାରେ ଡେରା ପକେଇଛି। ମଙ୍ଗଳବାର stfର 6 ଜଣ କର୍ମଚାରୀ ଉକ୍ତ ଗଞ୍ଜେଇ ମାଫିଆକୁ ଧରିବାକୁ ହଳଦୀପଡା ଅଞ୍ଚଳକୁ ଯାଇଥିଲେ। କିନ୍ତୁ ଗଞ୍ଜେଇ ମାଫିଆ ସ୍ଥାନୀୟ ଆଦିବାସୀ ଲୋକଙ୍କ ସାହାରା ନେଇଥିଲା। stf ମାଫିଆକୁ ଧରିବାକୁ ଚଢ଼ାଉ କରିବା ସମୟରେ ଆଦିବାସୀମାନେ stf କର୍ମଚାରୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି। ଏପରି ଆଦିବାସୀ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିଥିଲେ।ଖବର ପାଇ ସ୍ଥାନୀୟ ପୋଲିସ ସେଠାରେ ପହଁଚି ସେମାନଙ୍କୁ ଉଦ୍ଧାର କରିଛି।