ଜୋ ବାଇଡେନଙ୍କ ଦାୟିତ୍ୱଗ୍ରହଣ ଦିନ ଆମେରିକା ଛାଡିବେ ଡୋନାଲ୍ଡ ଟ୍ରମ୍ପ !

ୱାସିଂଟନ : ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ ଶେଷ ଦିନକୁ ନେଇ ନାନା କଳ୍ପନାଜଳ୍ପନା ଜାରି ରହିଛି। ଏଥିରେ ଡେମୋକ୍ରାଟିକ ନେତା ଜୋ ବାଇଡେନ ଆମେରିକା ରାଷ୍ଟ୍ରପତି ଭାବେ ଆନୁଷ୍ଠାନିକ ଦାୟିତ୍ୱ ଗ୍ରହଣ ପୂର୍ବରୁ ହୁଏତ ଟ୍ରମ୍ପ ଦେଶ ଛାଡିଦେଇଥିବା ବୋଲି ଅନେକ ଆକଳନ କରୁଛନ୍ତି।

ଟ୍ରମ୍ପ ନିର୍ବାଚନ ଫଳାଫଳକୁ ଏପର୍ଯ୍ୟନ୍ତ ଗ୍ରହଣ କରୁନାହାନ୍ତି। ହ୍ୱାଇଟ୍‌ ହାଉସ୍ ମଧ୍ୟ ତାଙ୍କ ସମ୍ପର୍କରେ କୌଣସି ସୂଚନା ଦେଉ ନାହାନ୍ତି। ଏଥିରୁ ଟ୍ରମ୍ପ ବୋଧେ ଜାନୁୟାରୀ ୧୯ ସୁଧା ସ୍ୱଚ୍ଛାରେ ହ୍ୱାଇଟ୍‌ ହାଉସ୍ ଖାଲି କରିଚାଲିଯିବେ ବୋଲି ଅନୁମାନ କରାଯାଉଛି। ଏଥିରେ ଚର୍ଚ୍ଚାକୁ ଯାହା ଖୋରାକ ଯୋଗାଉଛି ତାହା ହେଲା ସ୍କଟଲ୍ୟାଣ୍ଡ ପ୍ରେଷ୍ଟୱିକ୍‌ ଏୟାରପୋର୍ଟକୁ ଦିଆଯାଇଥିବା ସୂଚନା।ଏହି ସୂଚନାରେ ବିମାନ ବନ୍ଦରକୁ ଜାନୁୟାରୀ ୧୯ ତାରିଖ ଦିନ ଆମେରିକା ସେନାର ବୋଇଂ-୭୫୭ ବିମାନ ଅବତରଣ କରିବ ବୋଲି କୁହାଯାଇଛି। ସ୍କଟଲ୍ୟାଣ୍ଡରେ ଟ୍ରମ୍ପଙ୍କ ଏକ ଗଲ୍ଫ ରିସୋର୍ଟ ରହିଛି। ଏଣୁ ରିପବ୍ଲିକାନ ନେତା ଜାନୁୟାରୀ ୧୯ରେ ଆମେରିକା ଛାଡି ସ୍କଟଲ୍ୟାଣ୍ଡ ଚାଲିଯିବେ ବୋଲି ଆକଳନ କରାଯାଉଛି। ତେବେ ଯଦି ଟ୍ରମ୍ପ ଜାନୁୟାରୀ ୧୯ ତାରିଖରେ ଦେଶ ଛାଡି ଯାଆନ୍ତି ତେବେ ତାଙ୍କର ଏହି ପଦକ୍ଷେପ ଦେଶରେ କୌଣସି ରାଷ୍ଟ୍ରପତିଙ୍କ ଲାଗି ନିଶ୍ଚିତ ରୂପେ ଅପ୍ରତ୍ୟାସିତ ଘଟଣା ହେବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *