ଠକେଇର ନୂଆଁ ଟ୍ରେଣ୍ଡ: ତମର ଲଟେରୀ ଲାଗିଛି, ଭିଡିଓ ଦେଖାଇ ସାଇବର ଠକ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା

ଭୁବନେଶ୍ଵର :- ତମର ଲଟେରୀ ଲାଗିଛି। ତମକୁ ମିଳିବ ଟଙ୍କା। ଏଇ ଦେଖ ତୁମକୁ ଦେବାକୁ ଆମେ ଏମିତି ରଖିଛୁ। ତା ପରେ ପୂରା ପ୍ଲାନ। ଏ ହେଉଛନ୍ତି ଲଟେରୀ ଲୋଭ ଦେଖାଉଥିବା ଆତ୍ମ ଘୋଷିତ ବ୍ୟାଙ୍କର ଲଟେରୀ ମ୍ୟାନେଜର। ତାଙ୍କ ଚାରି କଡେ ଟଙ୍କା ଭର୍ତ୍ତି ଡ୍ରର ଟେବୁଲ। ସେଥିରେ ୫୦୦, ୨୦୦୦ର ବିଡା ବିଡା ନୋଟ୍। ସୁଟ୍ ବୁଟ୍ ଟାଇରେ ମ୍ୟାନଜର ବାବୁ ଯେତିକି ଇମ୍ପ୍ରେସିଭ୍, ତାଙ୍କ କଥା ସେତିକି ପ୍ରଭାବୀ।ବାବୁ ଜଣଙ୍କ ସୁପର ଫୋର ଟ୍ଵେଣ୍ଟି। ସାଧାରଣ ଭାଷାରେ କହିଲେ ସାଇବର ଠକ। ତାଙ୍କ କାରନାମା ହେଲା କଥା କହି  ଭିଡିଓ ଦେଖାଇ ବିଶ୍ଵାସ ଜନ୍ମାଇବେ ତା ପରେ ଲୁଟି ନେବେ ଟଙ୍କା। ହଜାର ହଜାର ହିସାବରେ କୋଟି କୋଟି ଟଙ୍କାର ଠକେଇ ନେଟ୍ଓ୍ଵର୍କ। ଏଭଳି ଠକଙ୍କ ଲକ୍ଷ୍ୟ ଗୋଟିଏ କିନ୍ତୁ ତରିକା ଅନେକ। କେତେବେଳେ ନିଜକୁ ବ୍ୟାଙ୍କ କର୍ମଚାରୀ କହୁଛନ୍ତି ତ କେତେବେଳେ ଟାଓ୍ଵାର ବସାଇବା ନାଁରେ ଜିଓର କର୍ମଚାରୀ କହୁଛନ୍ତି। ଆଉ କେତେ ବେଳେ ନିଜକୁ କେବିସି ଲଟେରୀର ମୁଖ୍ୟ। ଇତ୍ୟାଦୀ ଅନେକ ନାଁ।

ଏଭଳି ଲଟେରୀର ଶିକାର ହେଉ ହେଉ ଟିକେ ଟିକେରେ ବର୍ତ୍ତି ଯାଇଛନ୍ତି ସୋନପୁରର ହେମନ୍ତ ମେହେର। ତାଙ୍କ ପାଖକୁ ଆସିଥିବା ଫୋନ୍ରେ ସୁପର ଚିଟ୍ ନିଜକୁ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆର ଲଟେରୀ ମ୍ୟାନେଜରର ପରିଚୟ ଦେଇଥିଲା। ହ୍ଵାଟ୍ସଆପ ମେସେଜ୍ ଆଇକାର୍ଡର କଥା କହି ଲୋଭାଇଥିଲା। ଜିରୋ ବାଲାନ୍ସ ଆକାଉଣ୍ଟ ଖୋଲି ଲଟେରୀ ଟଙ୍କା ପାଇଁ ପ୍ରୋସେସିଂ ଫି ବାବଦରେ ୧୫ ହଜାର ଜମା କରିବାକୁ କହିଥିଲା। ଟଙ୍କାର ଭିଡିଓ ଦେଖାଇଥିଲା। କିନ୍ତୁ ଅଳ୍ପକେ ବର୍ତ୍ତିଗଲେ ହେମନ୍ତ। ଭୁବନେଶ୍ଵର ଡିସିପିଙ୍କୁ ଜଣାଇଲେ ସବୁ।

କେବଳ ସାଧାରଣ ଲୋକ ନୁହନ୍ତି, ପୁଲିସ ପାଇଁ ବି ଚିନ୍ତାର କାରଣ ଏପରି ସାଇବର ଠକ। ଏମାନଙ୍କ କେବଳରୁ ବର୍ତ୍ତିବାକୁ ଯଥେଷ୍ଟ ସଚେତନତା ନିହାତି ଦରକାର। ସାବଧାନ ନହେଲେ ବର୍ବାଦର ସମ୍ଭାବନା ବେଶୀ।

Leave a Reply

Your email address will not be published. Required fields are marked *