ଆଇଏଏସ୍ ବିଷ୍ଣୁପଦଙ୍କ ନାଁରେ ଲୋକାୟୁକ୍ତ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର:– ରାଜସ୍ୱ ବିଭାଗର ସଚିବ ବିଷ୍ଣୁପଦ ସେଠୀ ରାଜ୍ୟ ସମବାୟ ବ୍ୟାଙ୍କରୁ ବେଆଇନ ଭାବେ ଲକ୍ଷ ଲକ୍ଷ ଟଙ୍କା ଉଠାଇ ନିଜସ୍ୱ ଖର୍ଚ୍ଚ କରିଥିବା ଅଭିଯୋଗର ତଦନ୍ତ ପାଇଁ ଲୋକାୟୁକ୍ତ ଆଜି ନିର୍ଦ୍ଦେଶ ଜାରି କରିଛନ୍ତି। ୬୦ଦିନ ମଧ୍ୟରେ ଲୋକାୟୁକ୍ତଙ୍କ ତଦନ୍ତ ନିର୍ଦ୍ଦେଶକ ଏହାର ତଦନ୍ତ କରି ରିପୋର୍ଟ ଦେବେ।ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜସ୍ୱ ବିଭାଗର ସଚିବ ବିଷ୍ଣୁପଦ ସେଠୀ ରାଜ୍ୟ ସମବାୟ ବ୍ୟାଙ୍କରୁ ବେଆଇନ ଭାବେ ଲକ୍ଷ ଲକ୍ଷ ଟଙ୍କା ଉଠାଇ ନିଜସ୍ୱ ଖର୍ଚ୍ଚ କରିଥିବା ଅଭିଯୋଗର ତଦନ୍ତ ପାଇଁ ଲୋକାୟୁକ୍ତ ଆଜି ନିର୍ଦ୍ଦେଶ ଜାରି କରିଛନ୍ତି। ୬୦ଦିନ ମଧ୍ୟରେ ଲୋକାୟୁକ୍ତଙ୍କ ତଦନ୍ତ ନିର୍ଦ୍ଦେଶକ ଏହାର ତଦନ୍ତ କରି ରିପୋର୍ଟ ଦେବେ।ଆଇଏଏସ୍ ଶ୍ରୀ ସେଠୀ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ମୁଖ୍ୟ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବାବେଳେ ନିଜ ପିତା ଓ ପତ୍ନୀଙ୍କ ଚିକିତ୍ସା ଖର୍ଚ୍ଚ ପାଇଁ ବ୍ୟାଙ୍କରୁ ମେଡିକାଲ ବିଲ୍ ଆଇନତଃ ନେଇପାରିବେ କି ନାହିଁ। ଦ୍ୱିତୀୟତଃ ଆଇଏଏସ୍ ଶ୍ରୀ ସେଠୀ ସମବାୟ ବିଭାଗର କମିଶନର ଭାବେ କାର୍ଯ୍ୟ କରୁଥିବାବେଳେ ବ୍ୟାଙ୍କର ପରିଚାଳନା ମୁଖ୍ୟ ଭାବେ ଅତିରିକ୍ତ ଦାୟିତ୍ୱରେ ରହି ବ୍ୟାଙ୍କର ନେଟ୍ ଲାଭରୁ ପାରିଶ୍ରମିକ ନେବାକୁ ହକଦାର କି ନୁହଁନ୍ତି? ତୃତୀୟତଃ ଆଇଏଏସ୍ ଶ୍ରୀ ସେଠୀ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରୁ ମେଡିକାଲ ବିଲ୍ ଓ ପାରିଶ୍ରମିକ ବାବଦରେ ତ୍ରୁଟିପୂର୍ଣ୍ଣ ଭାବେ ଅର୍ଥ ନେଇ ନିଜର କ୍ଷମତାର ଅପବ୍ୟବହାର କରିଛନ୍ତି କି ନାହିଁ। ଏହି ୩ଟି ଦିଗ ଉପରେ ତଦନ୍ତ କରି ୬୦ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଲୋକାୟୁକ୍ତ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ପରବର୍ତ୍ତୀ ମାମଲାର ଶୁଣାଣି ମାର୍ଚ୍ଚ ୮ତାରିଖକୁ ଧାର୍ଯ୍ୟ କରିଛନ୍ତି।ସୂଚନାଯୋଗ୍ୟ, ଶ୍ରୀ ସେଠୀ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ମୁଖ୍ୟ ଥିବାବେଳେ ନିଜ ପିତା ଓ ପତ୍ନୀଙ୍କ ମେଡିକାଲ୍ ବିଲ୍ ବାବଦରେ ୯ଲକ୍ଷ ୪୬ହଜାର ୭୧ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ମାତ୍ର ଶ୍ରୀ ସେଠୀ ନିଜ ଓକିଲ ମାଧ୍ୟମରେ ସେ ବ୍ୟାଙ୍କରୁ ୩ଲକ୍ଷ ୨୪ହଜାର ୫୩୯ଟଙ୍କା ନେଇଥିବା ସ୍ୱୀକାର କରିଛନ୍ତି। ସେହିପରି ବ୍ୟାଙ୍କରୁ ନିଜ ଘରର ଇଲେକ୍ଟି ବିଲ , ବହି କିଣା ବାବଦରେ ବର୍ଷକୁ ୧୦ହଜାର ଓ ପିଅନ ବାବଦରେ ମାସକୁ ୩ହଜାର ଏଭଳି ମୋଟ ୪ଲକ୍ଷ ୨୮ହଜାର ୨୦୩ଟଙ୍କା ନେଇଛନ୍ତି। ସେ ୨୦୧୩ ଫେବୃୟାରୀ ୬ରୁ ୨୦୧୫ ଜୁଲାଇ ୨୮ତାରିଖ ପର୍ଯ୍ୟନ୍ତ ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ମୁଖ୍ୟ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ।

Leave a Reply

Your email address will not be published. Required fields are marked *