କାଲି ଚିଲିକାରେ ପକ୍ଷୀ ଗଣନା, ନିୟୋଜିତ ହେବେ ୨୧ଟି ଟିମ୍

ଟାଙ୍ଗୀ: ଶୀତ ଆସିଲେ ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ଦେଶ ବିଦେଶରୁ ଲକ୍ଷ ଲକ୍ଷ ରଙ୍ଗ ବେରଙ୍ଗର ପକ୍ଷୀଙ୍କ ସମାଗମ ହୁଏ । ପ୍ରତିବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କ ତରଫରୁ ଚିଲିକାରେ ପକ୍ଷୀ ଗଣନା କରାଯାଏ । ଆସନ୍ତାକାଲି ସକାଳ ୫ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଚିଲିକାରେ ପକ୍ଷୀ ଗଣନା କରାଯିବ । ଏଥିପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପକ୍ଷୀ ଗଣନା ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା ।ଆସନ୍ତାକାଲି ୨୧ଟି ଟିମ୍ ସକାଳ ୫ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟରେ ନିୟୋଜିତ ରହିବ । ଆଜିର ପ୍ରଶିକ୍ଷଣ ଶିବିରରେ ବମ୍ବେ ନାଚୁରାଲ ହିଷ୍ଟ୍ରି ସୋସାଇଟି ଅଧିକାରୀ, କର୍ମକର୍ତ୍ତା, ବନ୍ୟପ୍ରାଣୀ ବିଭାଗର କର୍ମଚାରୀ, ପକ୍ଷୀ ବିଶାରଦ, ବନ୍ୟପ୍ରାଣୀ ଉପରେ କାମ କରୁଥିବା ସଂଗଠନର ଅଭିଜ୍ଞ କର୍ମକର୍ତ୍ତା ଯୋଗ ଦେଇଥିଲେ ।ଗତବର୍ଷ ଚିଲିକାକୁ ୧୧ ଲକ୍ଷ ୫ ହଜାର ୪୦ ପକ୍ଷୀଙ୍କ ସମାଗମ ହୋଇଥିଲା । ୨୦୧୯ ଅପେକ୍ଷା ୨୦୨୦ରେ ପକ୍ଷୀଙ୍କ ଆଗମନ ବଢ଼ିଥିଲା । ୨୦୧୯ରେ ଚିଲିକାକୁ ୧୦ ଲକ୍ଷ ୪୭ ହଜାର ୯୬୮ ପକ୍ଷୀ ଆସିଥିଲେ ।

Leave a Reply

Your email address will not be published. Required fields are marked *