ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ: ଲକ୍ଷାଧିକ ଟଙ୍କାର ଠକେଇର ଶିକାର ହୋଇଛନ୍ତି ଅଭିଯୋଗକାରୀ

ଖୋର୍ଦ୍ଧା;-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ। ଖୋର୍ଦ୍ଧା ଜିଲ୍ଳାପାଳଙ୍କ ସାମ୍ନାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସାଇବର ଠକଙ୍କ ଦ୍ବାରା ୧୬ ଲକ୍ଷ ୩୨ ହଜାର ଟଙ୍କାର ଠକେଇର ଶିକାର ହୋଇଥିଲେ ଖୋର୍ଦ୍ଧା ବୋଲଗଡ ଥାନା ବାଙ୍କୋଇ ଗ୍ରାମର ବ୍ରଜବନ୍ଧୁ ସାହୁ। ଏ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଦେହରେ କିରୋସିନ୍ ଢ଼ାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ସ୍ଥାନୀୟ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ଗିରଫ କରିଛି।

ଠକେଇର ଶିକାର ହୋଇଥିବା ବ୍ରଜବନ୍ଧୁ ଏ ନେଇ ଗତ ୧୫ ଦିନ ତଳେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ବିଦେଶୀ ୱେବସାଇଟରେ ୧୬ ଲକ୍ଷ ୩୨ ହଜାର ଟଙ୍କା ଠକେଇର ଶିକାର ହୋଇ ଗତ ୧୫ ଦିନ ତଳେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଏହି ଘଟଣାର ତଦନ୍ତ କରି ଟଙ୍କା ଫେରାଇବାକୁ ଜିଲ୍ଲାପାଳଙ୍କୁ ମଧ୍ୟ ଅନୁରୋଧ କରିଥିଲେ। ହେଲେ ଏପର୍ଯ୍ୟନ୍ତ ସେ ଟଙ୍କା ଫେରି ପାଇ ନାହାନ୍ତି। ତେଣୁ ବାଧ୍ୟ ହୋଇ ବ୍ରଜବନ୍ଧୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଛନ୍ତି।

Leave a Reply

Your email address will not be published. Required fields are marked *