କରୋନା ଯୁଦ୍ଧରେ ହାରିଗଲେ ଶଙ୍କର,
ପିପିଲି:-କରୋନା ଯୁଦ୍ଧରେ ହାରିଗଲେ କୋଭିଡ୍ ଯୋଦ୍ଧା। ପିପିଲି ଥାନାର କାର୍ଯ୍ୟରତ କନେଷ୍ଟବଳ ସିଦ୍ଧାର୍ଥ ଶଙ୍କର କରୋନା ସଂକ୍ରମିତ ହୋଇଥିଲେ। ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଗତ ଡିସେମ୍ବର ୪ତାରିଖରେ ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ସିଦ୍ଧାର୍ଥଙ୍କ ମୃତ୍ୟୁକୁ ନେଇ ପିପିଲି ଥାନାରେ ଶୋକର ଛାୟା ଖେଳିଯାଇଛି । ସିଦ୍ଧାର୍ଥଙ୍କ କନେଷ୍ଟବଳ ର୍ୟାଙ୍କ ନଂ-୫୧୭ ଥିବାବେଳେ ସେ ଦୀର୍ଘଦିନ ହେବ ପିପିଲି ଥାନାରେ କାର୍ଯ୍ୟରତ ଥିଲେ ।
ସେ ସ୍ପଷ୍ଟବାଦୀ ଓ ନିଷ୍ଠାପର ଥିବାରୁ ଥାନାରେ ବେଶ୍ ପ୍ରଶଂସାର ପାତ୍ର ପାଲଟିଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ପିପିଲି ଥାନା ଅଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି, ଏସ୍ଡିପିଓ ଦେବଦତ୍ତ ବରାଳ ଗଭିର ଦୁଃଖ ପ୍ରକାଶ କରିବା ସହ ଥାନାର ସମସ୍ତ ଅଫିସର ଓ କର୍ମଚାରୀ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ଶେଷ ଦର୍ଶନ ପାଇଁ ପିପିଲି ଥାନା ଏସ୍ଆଇ ସନ୍ଦୀପ ଦାସଙ୍କ ସମେତ ଥାନା ଅନ୍ୟ କର୍ମଚାରୀମାନେ ଯାଇଥିବାବେଳେ ଭୁବନେଶ୍ୱର ସହୀଦନଗର ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଥିଲା।