ଭାରତୀୟ ହକି ଦଳର ପୂର୍ବତନ ଖେଳାଳି ମାଇକେଲ୍ କିଣ୍ଡୋଙ୍କ ଦେହାନ୍ତ

ରାଉରକେଲା: ଭାରତୀୟ ହକି ଦଳର ପୂର୍ବତନ ଡିଫେଣ୍ଡର ମାଇକେଲ କିଣ୍ଡୋଙ୍କ ପରଲୋକ । ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ମାଇକେଲ କିଣ୍ଡୋଙ୍କୁ ୭୩ ବର୍ଷ ହୋଇଥିଲା । ଅବିଭାଜିତ ବିହାରର ରାଇଘମାରେ ୨୦ ଜୁନ୍ ୧୯୪୭ରେ ଜନ୍ମଗ୍ରହଣ କରିଥିଲେ ମାଇକେଲ୍ । ପିଲାଟି ଦିନରୁ ବିଦ୍ୟାଳୟରେ ପଢ଼ିବା ବେଳୁ ହକି ପ୍ରତି ଥିଲା ତାଙ୍କ ଆଗ୍ରହ । ସ୍କୁଲ୍ ଶିକ୍ଷା ଶେଷ ପରେ ମାଇକେଲ୍ କିଣ୍ଡୋ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ ।ଭାରତୀୟ ହକି ଦଳ ପାଇଁ ମାଇକେଲ୍ କିଣ୍ଡୋ ଖେଳିଥିଲେ । ୧୯୭୨ରେ ଭାରତୀୟ ହକି ଦଳ ଗ୍ରୀଷ୍ମ ଅଲିମ୍ପିକରେ କାଂସ୍ୟ ପଦକ ପାଇଥିଲା । ଉକ୍ତ ଟିମର ସଦସ୍ୟ ଥିଲେ ମାଇକେଲ୍ କିଣ୍ଡୋ । ସେହିଭଳି ୧୯୭୫ରେ ହକି ବିଶ୍ୱକପ୍ ଭାରତ ଜିତିଥିବା ବେଳେ ଦଳରେ ଥିଲେ ମାଇକେଲ୍ । ତାଙ୍କୁ ଏଥିପାଇଁ ଅର୍ଜୁନ ପୁରସ୍କାର ମଧ୍ୟ ମିଳିଛି । ମାଇକେଲ୍ ୧୯୬୯ରେ କେନିଆ ବିରୋଧରେ ପ୍ରଥମ ଅନ୍ତର୍ଜାତୀୟ ହକି ଖେଳିଥିଲେ ।

Leave a Reply

Your email address will not be published. Required fields are marked *