ନିଖୋଜ ଥିଲା ସ୍ୱାମୀ, ଏବେ ମିଳିଲା ମୃତଦେହ

ବାଲିପାଟଣା:– ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ସ୍ଥିତ ବନମାଳୀପୁର ଫାଣ୍ଡି ଅନ୍ତର୍ଗତ ବନମାଳୀ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ସେହି ଗ୍ରାମର ଜଣେ ବ୍ୟକ୍ତି ୩ ମାସ ଧରି ନିଖୋଜ ଥିବା ବେଳେ ଏବେ ତାଙ୍କ ମୃତଦେହ ମିଳିଛି ।

ରିପୋର୍ଟ ମୁତାବକ, ପାରିବାରିକ କଳହରୁ ସ୍ତ୍ରୀ ଜଣକ ନିଜ ସ୍ୱାମୀକୁ ହତ୍ୟାକରି ମାରି ଦେଇଥିବା ଜଣାପଡିଛି । ଏପରିକି ହତ୍ୟାକାଣ୍ଡକୁ ଲୁଚାଇବାକୁ ଯାଇ ମୃତଦେହକୁ ପୋଡିବା ସହ ବାଡିରେ ପୋତି ଦେଇଥିଲା । ଏନେଇ ସେ ଗ୍ରାମବାସୀଙ୍କ ସମ୍ମୁଖରେ ସ୍ୱୀକାର କରିଛି ସମ୍ପୃକ୍ତ ବ୍ୟକ୍ତିଙ୍କ ପତ୍ନୀ । ଏପରିକି କାନ୍ଦିକାନ୍ଦି ଗାଁ ଲୋକଙ୍କୁ କହିଥିଲା ମୁଁ ମୋ  ସ୍ୱାମୀଙ୍କୁ ହତ୍ୟା କରିଛି ।

ନିଖୋଜ ସ୍ୱାମୀଙ୍କ ଦେହାବଶେଷ ଠାବ ହେବା ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋତା ଜାଗାରେ ଅସ୍ତିର କିଛି ଅଂଶବିଶେଷ ଠାବ ହୋଇଛି ।

ସୂଚନା ଅନୁସାରେ ବନମାଳୀ ଗାଁର ନିଧିରାମ ଗିରିଙ୍କୁ ଗଲା ୨୪ ବର୍ଷ ହେବ ବିବାହ କରିଥିଲେ ଲିଲି ଗିରି । ଲିଲିଙ୍କର ଏହା ଥିଲା ଦ୍ୱିତୀୟ ବିବାହ । ତାଙ୍କର ୨ଟି ଝିଅ ଓ ୧୦ ବର୍ଷର ପୁଅ ରହିଥିବା ବେଳେ ୨ଝିଅଙ୍କ ବିବାହ ସରିଛି। ମୃତକ ଜଣକ ଭୁବନେଶ୍ୱରରେ ଘର ଘର ବୁଲି ଫିନାଇଲ ବେପାର କରୁଥିଲା ବେଳେ  ସ୍ତ୍ରୀ ଲିଲି ସବୁବେଳେ ତାଙ୍କ ସ୍ୱାମୀଙ୍କୁ ମାଡ ମାରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ସେପଟେ ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରି ପତି-ପତ୍ନୀଙ୍କ ମଧ୍ୟରେ ଝଗଡା ଲାଗୁଥିଲା ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଘଟଣାଦିନ ମଧ୍ୟ ଝଗଡା ହୋଇଥିଲା, ଯେଉଁଥିରେ ଉତକ୍ଷିପ୍ତ ହୋଇ ଲିଲି ସ୍ୱାମୀ ନିଧିଙ୍କ ମୁଣ୍ଡକୁ ହେମଦସ୍ତାରେ ଛେରି ମାରିବା ସହ ପୋଡିଦେଇଥିଲା। ପରେ ପ୍ରମାଣ ଲୁଚାଇବାକୁ ଯାଇ ମୃତଦେହକୁ ବାଡିରେ ପୋତିଦେଇଥିଲେ । ଏସବୁ କଥାକୁ ସ୍ତ୍ରୀ ଲିଲି ସ୍ୱୀକାର କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *