ବଦଳିଲା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ନାଁ, ଏଣିକି ମହାରାଜା ଶ୍ରୀ ରାମଚନ୍ଦ୍ର ଭଞଦେଓଙ୍କ ନାମରେ ହେଲା ନାମିତ
ଭୁବନେଶ୍ୱର :- ବଦଳିଲା ଉତ୍ତର ଓଡ଼ିଶା ବିଶ୍ୱାବିଦ୍ୟାଳୟ ନାଁ । ବାରିପଦାରେ ଅବସ୍ଥିତ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟକୁ ଏବେ ମୟୁରଭଞ୍ଜର ପୂର୍ବତନ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ନାଁରେ ନାମିତ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହା ସହିତ ବିଶ୍ୱବିଦ୍ୟାଳୟ library ର ଉନ୍ନତି ପାଇଁ ମଧ୍ୟ ସରକାର ପଦକ୍ଷେପ ନେବେ ।
ସୂଚନାଯୋଗ୍ୟ ଯେ , ଓଡ଼ିଶାର ବିକାଶରେ ମୟୂରଭଞ୍ଜ ମହାରାଜାଙ୍କ ବିଶେଷ ଅବଦାନ ରହିଛି । ଚଳିତ ବର୍ଷ ଶ୍ରୀ ରାମଚନ୍ଦ୍ର ଭଞଦେଓଙ୍କ ୧୫୦ ତମ ଜୟନ୍ତୀ ପାଳନ କରୁଛୁ । ତେଣୁ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ନାଁକୁ ମୟୁରଭଞ୍ଜର ପୂର୍ବତନ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ନାଁରେ ନାମିତ କରାଯାଇଛି ।