ଏସ୍ଆଇଟି ତଦନ୍ତ ପରେ ମୁହଁ ଖୋଲିଲେ ମନ୍ତ୍ରୀ ଅରୁଣ, କହିଲେ-“ଭଗବାନ କରନ୍ତୁ, ପରୀକୁ ନ୍ୟାୟ ମିଳୁ”
ଭୁବନେଶ୍ୱର:-ପରୀ ମୃତ୍ୟୁ ମାମଲାକୁ ନେଇ ମୁହଁ ଖୋଲିଲେ ମନ୍ତ୍ରୀ ଅରୁଣ ସାହୁ । ବୁଧବାର ଗଣମାଧ୍ୟମ ସମ୍ମୁଖରେ ପରୀ ଗୋଟିଏ ଛୋଟ ଝିଅ, ତେଣୁ ଏହି ଘଟଣାକୁ ନେଇ ରାଜନୀତି ନକରାଯାଉ । ଭଗବାନ କରନ୍ତୁ ପରୀକୁ ନ୍ୟାୟ ମିଳୁ ଓ ହତ୍ୟାକାରୀକୁ ଉଚିତ ଦଣ୍ଡ ମିଳୁ ।
ସୂଚନାଯୋଗ୍ୟ ଯେ, ନୟାଗଡ଼ ଯଦୁପୁର ଗାଁର ପରୀ ମୃତ୍ୟୁ ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏସ୍ଆଇଟି । ଅଭିଯୁକ୍ତର ନାମ ସରୋଜ ସେଠୀ । ସେହି ପରୀକୁ ହତ୍ୟା କରିଛି ବୋଲି ଗତକାଲି ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ପ୍ରେସ୍ମିଟ ଜରିଆରେ ସୂଚନା ଦେଇଥିଲେ । ଏସ୍ଆଇଟି ମୁଖ୍ୟ ପ୍ରେସ୍ମିଟ୍ରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରୁ ରହସ୍ୟ ପରଦା ହଟାଇଥିଲେ । ଅଭିଯୁକ୍ତଙ୍କ ଜଣଙ୍କ ପରୀକୁ ତଣ୍ଟିଚିପି ହତ୍ୟା କରିଛି । ଏବେ ହତ୍ୟା ପରେ ମୃତଦେହ ଯୌନ ସଂପର୍କ ରଖିଥିଲା ।