GST ଠକେଇ ମାମଲାରେ ଦୁଇ ସାମ୍ବାଦିକ ଗିରଫ !

ରାଉରକେଲା: ରାଜ୍ୟ ଜିଏସ୍‌ଟି ଏନଫୋର୍ସମେଣ୍ଟ ଓ୍ୱିଙ୍ଗ୍‌କୁ ବଡ଼ ସଫଳତା । ୨୦୦ କୋଟି ଟଙ୍କାର ଜାଲ ବିଲ ରାକେଟର ପର୍ଦ୍ଦାଫାଶ । ନୂଆକରି ଗଢି ଉଠିଥିବା ଜାଲ ବ୍ୟବସାୟୀକ ପ୍ରତିଷ୍ଠାନ ମାଧ୍ୟମରେ ଚାଲୁଥିଲା ରାକେଟ । ଏହି ରାକେଟରେ ସମ୍ପୃକ ଥିବା ତିନି ଜଣ ମାଷ୍ଟରମାଇଣ୍ଡକୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣକୁ ରାଉରକେଲାରୁ ଗିରଫ କରାଯାଇଥିବା ବେଳେ ଆଉ ଜଣକୁ ଚୌଦ୍ୱାର ଅଞ୍ଚଳରୁ ଗିରଫ କରାଯାଇଛି । ଜାଲ ବ୍ୟବସାୟ ପ୍ରତିଷ୍ଠାନ ମାଧ୍ୟମରେ ସେମାନେ ପ୍ରାୟ ୪୦.୩୬ କୋଟି ଟଙ୍କା ଠକି ଥିବା ଅଭିଯୋଗ ହୋଇଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରୁ ସୌମ୍ୟରଞ୍ଜନ ମହାନ୍ତି ଏକ ଘରୋଇ ଇନ୍‌ସୁରାନ୍ସ କମ୍ପାନୀର ସିନିଅର ବ୍ରାଞ୍ଚ ସର୍ଭିସ ମ୍ୟାନେଜର ଥିବା ବେଳେ ଅନ୍ୟ ଦୁଇଜଣ ହେଲେ ଶିବରାମ ପାତ୍ର ଓ ଅଙ୍କିତ ଅଗ୍ରୱାଲ ସାମ୍ବାଦିକ ବୋଲି ଜଣାପଡିଛି ।ଅନ୍ୟପଟେ ସେହି ରାଉରକେଲାରେ ହିଁ ଜଣେ ଜିଏସ୍‌ଟି ଅଫିସର୍‌ଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ଉ କରିଥିବା ଜଣାପଡ଼ିଛି । ସମ୍ପୃକ୍ତ ଅଧିକାରୀ ଜଣକ ହେଉଛନ୍ତି ରାଉରକେଲା ଜିଏସଟି ଅଫିସର ଅଲେଖ ମହାନନ୍ଦ । ସୂଚନା ଅନୁସାରେ ଛେଣ୍ଡ କଲୋନୀ ସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ଉ କରିଛି । ମଙ୍ଗସପୁର, ଚକ୍ରପୁର, ହେମଗିରି ଓ ଅଫିସ ସମେତ ଭିଜିଲାନ୍ସ ବିଭାଗର ୪ଟି ଟିମ୍‌ ଏକ ସମୟରେ ୪ଟି ସ୍ଥାନରେ ଚଢଉ ଜାରି ରଖିଛି ।

Leave a Reply

Your email address will not be published. Required fields are marked *