ନକଲି ସିମେଣ୍ଟ କାରଖାନା ଠାବ, ହଜାର ହଜାର ବସ୍ତ ଜବତ

କଟକ:  ନକଲି ହବ୍ ପାଲଟିଛି ସିଲଭର୍ ସିଟି କଟକ । ପୁଣି ଏକ ନକଲି କାରଖାନା ଠାବ । ଜଗତପୁର ଅଂଚଳରୁ ଏକ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି । ନକଲି ସିମେଣ୍ଟ କଂପାନୀ ଉପରେ କମିସିରେଟ ପୋଲିସର ଚଢ଼ଉ କରିଛି ।ହଜାର ହଜାର ବସ୍ତା ସିମେଣ୍ଟ ଜବତ କରିବା ସହ ତିନି ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ଦୀର୍ଘଦିନ ହେବ ଜଗତପୁର ଇପିକଲ ଛକ ଠାରେ ସିମେଣ୍ଟ ଅପମିଶ୍ରଣ କରି ଅମ୍ବୁଜା ସିମେଣ୍ଟ ପ୍ୟାକେଟ୍‌ରେ ଭର୍ତ୍ତି କରାଯାଇ ବଜାରରେ ବିକ୍ରି କରାଯାଉଥିଲା । ଏକ ବିଶେଷ ସୂତ୍ରରୁ ଖବର ପାଇ କମିସିରେଟ ପୋଲିସ ସୋମବାର ବିଳମ୍ବିତ ରାତିରେ ଚଢ଼ାଉ କରିଥିଲା । ତେବେ ଆଗକୁ ପୋଲିସର ଏଭଳି ଅଭିଯାନ ଜାରି ରହିବ । ସବୁ ନକଲି କାରବାରର ମୂଳଉତ୍ପାଟନ କରାଯିବ । କଟକ ପୋଲିସ ପକ୍ଷରୁ ଏଭଳି କୁହାଯାଇଛି ।ସୂଚନାଯୋଗ୍ୟ, ମାତ୍ର କେଇ ଦିନ ବ୍ୟବଧାନରେ କଟକ ପୋଲିସ ନକଲି ଘିଅ କାରଖାନା, ନକଲି ସସ୍‌ କାରଖାନା, ନକଲି ତେଲ କାରଖାନା, ନକଲି ଗୁଟଖା କାରଖାନା, ନକଲି ମସଲା କାରଖାନା ଏମିତିକି ନକଲି ହଳଦି କାରଖାନା ମଧ୍ୟ ଠାବ କରାଯାଇଥିଲା । ଦୁଇ ଦିନ ପୂର୍ବେ ନକଲି ଘିଅ କାରଖାନାରେ ଚଢ଼ଉ କରାଯାଇଥିଳା । କେତେକ ଲାଭଖୋର ମନୋବୃତ୍ତିର ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ ସାମଗ୍ରୀରେ ଅପମିଶ୍ରଣ କରୁଛନ୍ତି । ରେଡ୍ ବେଳେ ବାଦାମବାଡ଼ିରୁ ନକଲି ଓ ଅପମିଶ୍ରିତ ଘିଅ କାରଖାନା ଏବଂ ଗୋଦାମ ଠାବ ହୋଇଥିଲା ।ବାଦାମାବାଡ଼ି ପୋଲିସ, ଫୁଡ୍ ଇନ୍ସପେକ୍ଟର ଓ ଓଜନ ମାପି ବିଭାଗ ରେଡ୍ କରିଥିଲା । ଲକ୍ଷ ଲକ୍ଷ ଟଙ୍କାର ଘିଅ ସହିତ ଘିଅ ତିଆରି ମେସିନ ଓ ପ୍ୟାକେଜ ସାମଗ୍ରୀ ଜବତ ହୋଇଥିଲା । ପୋଲିସ ୨ ଜଣଙ୍କୁ ଅଟକ ରଖିଥିଲା । ଗୋଦାମ ଘରୁ ସଂଖ୍ୟାଧିକ କାର୍ଟୁନ୍ ସହ ପାମୋଲିନ୍ ତେଲ ମଧ୍ୟ ଜବତ ହୋଇଥିଲା ।

Leave a Reply

Your email address will not be published. Required fields are marked *